Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଲୁଟ୍ ଘଟଣା, ୧୦ଜଣଙ୍କୁ ବାନ୍ଧିଲା ପୁଲିସ

by ସଞ୍ଜୟ ସ୍ୱାଇଁ
May 14, 2025
in Crime, State
ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଲୁଟ୍ ଘଟଣା,  ୧୦ଜଣଙ୍କୁ ବାନ୍ଧିଲା ପୁଲିସ
50
VIEWS
Share on FacebookShare on Twitter

ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ତଳସରା ଥାନା ଅଧୀନ ବନଡେଗା ଅଞ୍ଚଳରେ ଗତ ମାସରେ ଘଟିଥିବା ବନ୍ଧୁକ ମୁନରେ ଲୁଟ୍ ଘଟଣାର ପର୍ଦ୍ଦଫାଶ କରିଛି ପୁଲିସ । ଏହି ଘଟଣାରେ ସମ୍ପୃକ୍ତ ୧୦ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ସେମାନଙ୍କ ଠାରୁ ବନ୍ଧୁକ, ଗୁଳି, ମାଗାଜିନ୍, ୨ବାଇକ୍, ୪ ମୋବାଇଲ ଫୋନ ସହ ନଗଦ ୧୦ ହଜାର ଟଙ୍କା ଜବତ କରାଯାଇଥିବା ନେଇ ଆଜି ତଳସରା ଥାନାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସନତ ନୂତନ ସମଦ ସୂଚନା ଦେଇଛନ୍ତି। ଅତିରିକ୍ତ ଏସପିଙ୍କ ସୂଚନା ଅନୁଯାୟୀ, ଏପ୍ରିଲ ୪ ତାରିଖ ଦିନ ରାଜଗାଙ୍ଗପୁର ଥାନା ଅଧୀନ ରାଜଗାଙ୍ଗପୁରର ମହମ୍ମଦ ମନୁ ନିଜ ୪ ବ୍ୟବସାୟୀ ବନ୍ଧୁ ରସିଦ କୁରେସି, ଜାହିର କୁରେସି, ମହମ୍ମଦ ଇସମାଇଲ ଓ ମହମ୍ମଦ ସାଜିଦଙ୍କ ସହ ଏକ କାର୍ ଯୋଗେ ବନଡେଗା ଅଞ୍ଚଳକୁ ଛେଳି କିଣିବାକୁ ଯାଇଥିଲେ। ହେଲେ ବାଘିଆବେରଣୀ ଘାଟି ନିକଟରେ ୭ରୁ ୮ ଜଣ ଲୁଟେରା ୩ଟି ବାଇକ୍ ରେ ଆସି ସେମାନଙ୍କୁ ଅଟକାଇଥିଲେ। କିଛି ବୁଝିବା ଆଗରୁ ଲୁଟେରା ମାନେ ବ୍ୟବସାୟୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇ ନଗଦ ୨ ଲକ୍ଷ ୭୧ ହଜାର ଟଙ୍କା, ସମସ୍ତଙ୍କ ମୋବାଇଲ ଫୋନ ଲୁଟି ନେଇ ଫେରାର ହୋଇଯାଇଥିଲେ। ଏ ନେଇ ବ୍ୟବସାୟୀ ମହମ୍ମଦ ମନୁ ତଳସରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ରାଜଗାଙ୍ଗପୁର ବାଗିଚପଡ଼ାର ଓମନାଥ ବାରିକ ସମ୍ପୃକ୍ତ ଥିବା ବିଶେଷ ସୂତ୍ରରୁ ଜାଣି ପୁଲିସ ୨୮ ତାରିଖରେ ଘରେ ଚଢ଼ାଉ କରି ଧରିଥିଲା। ପରେ ଥାନାକୁ ଆଣି ପଚରଉଚରା କରିବାରୁ ରାଜଗାଙ୍ଗପୁରର ଆଶିଷ ରାଉତ, ଅମିତ୍ ତିୱାରୀ, ଧରୁଆଡିହି ଥାନା ଅଂଚଳର ଅକ୍ଷୟ ବେସନ, ବିକାଶ ଜୟପୁରିଆ, ପ୍ରକାଶ ଜୟପୁରିଆ, ଆକାଶ କୌଡି, ସୋନୁ, ଅର୍ଜୁନ ଓ ଅର୍ଜୁନର ଜଣେ ସାଙ୍ଗ ସଂପୃକ୍ତ ଥିବା ଜାଣିଥିଲେ। ମଙ୍ଗଳବାର ରାତିରେ ପୁଲିସ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲା। ସମ୍ମିଳନୀରେ ତଳସରା ଥାନା ଆଇଆଇସି ପୁଷ୍ପେନ୍ଦୁ ସାଗର ଉପସ୍ଥିତ ଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!