Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁନା ସଫେଇ ଗ୍ୟାଙ୍ଗର ୯ ଗିରଫ

by ସଞ୍ଜୟ ସ୍ୱାଇଁ
October 28, 2024
in Crime, State
ସୁନା ସଫେଇ ଗ୍ୟାଙ୍ଗର ୯ ଗିରଫ
146
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ତିନି ବର୍ଷ ହେଲା ରାଉରକେଲାରେ ରହି ବିଭିନ୍ନ ଅଞ୍ଚଳରୁ ସୁନା ସଫେଇ ଆଳରେ ଲୁଟୁଥିଲେ। କେବଳ ରାଉରକେଲା ନୁହେଁ, ବରଂ ପଡ଼ୋଶୀ ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରେ ବି ଏମାନେ ବେଶ୍ ସକ୍ରିୟ ଥିଲେ। ଶେଷରେ ରାଉରକେଲା ପୁଲିସ ଏହି ଗ୍ୟାଙ୍ଗ୍‌ର ୮ ଜଣଙ୍କୁ ଗିରଫ କରିଛି। ଏହାସହ ସବୁ ଜାଣି ଘର ଭଡ଼ା ଦେଇଥିବା ଅଭିଯୁକ୍ତକୁ ମଧ୍ୟ ପୁଲିସ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କ ପାଖରୁ ୧୦୩.୩ ଗ୍ରାମ ସୁନା ଜବତ ହୋଇଛି। ୨୦୨୧ ମସିହା ଅକ୍ଟୋବର ମାସ। ବିହାର ଭାଗଳପୁର ଜିଲ୍ଲାର ଅମିତ ଶାହା(୩୦), ଗୌତମ ସୋନି(୩୩), କୁନ୍ଦନ ଶାହ(୪୧), ଧନଞ୍ଜୟ ଶର୍ମା(୩୨), ଅରବିନ୍ଦ ସୋନି(୩୦) ଓ ଝାଡ଼ଖଣ୍ଡ ଗୋଡ୍ଡା ଜିଲ୍ଲାର ଅମିତ କୁମାର(୩୦) ରାଉରକେଲାକୁ ଆସିଥିଲେ। ୫ ଜଣ ଅଭିଯୁକ୍ତ ଗୋପବନ୍ଧୁପାଲି ହନୁମାନ ମନ୍ଦିର ପାଖରେ ଥିବା ଅଶୋକ ୟାଦବ(୪୨)ଙ୍କ ଘରେ ଭଡ଼ାରେ ରହୁଥିଲେ। ଏମାନେ ଅତ୍ୟନ୍ତ ଯୋଜନାବଦ୍ଧଭାବେ ଚୋରି କରୁଥିଲେ। ସୁନା ସଫା କରିବା ଆଳରେ ରାଉରକେଲାର ଗଳିକନ୍ଦିରେ ପଶି ମହିଳା, ବୃଦ୍ଧାଙ୍କଠାରୁ ସୁନା ଗହଣା ଲୁଟି ଚମ୍ପଟ୍ ମାରୁଥିଲେ। ଉକ୍ତ ଚୋରି ସୁନାକୁ ନେଇ ଭାଗଲପୁରର ଦୁଇବେପାରୀ ଅନିଲ କୁମାର(୪୯), ମେହରାଜ ହାଲଦାର(୩୬)ଙ୍କୁ ବିକ୍ରି କରୁଥିଲେ। ଗତ ୨୪ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ଦୁଇଜଣ ଅଭିଯୁକ୍ତ ଉଦିତନଗର ରେଭେନ୍ୟୁ କଲୋନିରେ ପଶିଥିଲେ। ସୁନା ସଫା କରିବାକୁ ଅଳଙ୍କାର ମାଗିବା ବେଳେ ଜଣେ ପୁଲିସ କର୍ମଚାରୀଙ୍କ ନଜରରେ ପଡ଼ିଯାଇଥିଲେ। ଉଭୟଙ୍କୁ ପୁଲିସ ଥାନାକୁ ନେଇ ପଚରାଉଚରା କରିବାରୁ ଗ୍ୟାଙ୍ଗ୍ ବିଷୟରେ ଜଣାପଡ଼ିଥିଲା। ଗ୍ୟାଙ୍ଗ୍‌ର ଅନ୍ୟ ଚାରିଜଣ ସଦସ୍ୟ ଓ ଘର ଭଡ଼ା ଦେଇଥିବା ଅଭିଯୁକ୍ତକୁ ଗୋପବନ୍ଧୁପାଲିରୁ ପୁଲିସ ଗିରଫ କରିଥିଲା। ଏହାସହ ଦୁଇ ବେପାରୀଙ୍କୁ କାବୁ କରିବାକୁ ପୁଲିସର ୧୦ ଜଣିଆ ଟିମ୍ ଭାଗଳପୁର ବାହାରିଥିଲା। ସେଠାରେ ଦୁଇଦିନ ଛାନ୍‌ଭି୍ କଲାପରେ ଶେଷରେ ଉଭୟଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିଲା। ଉଲ୍ଲେଖଯୋଗ୍ୟ, ସହରରେ ୨୦୨୧ ମସିହାରୁ ଆଜି ପର‌୍ୟ୍ୟନ୍ତ, ଏଭଳି ଧରଣର ୨୭ଟି ମାମଲା ରୁଜୁ ହୋଇଛି। ଏଥିମଧ୍ୟରୁ ୨୧ଟି ମାମଲାରେ ଏହି ଗ୍ୟାଙ୍ଗ୍ ଜଡ଼ିତ ଅଛନ୍ତି। ଏହି ଗ୍ୟାଙ୍ଗ୍ ସେକ୍ଟର-୧୫ ପୁଲିସ ଥାନା ଅଞ୍ଚଳରେ ୬ଟି ଚୋରି ମାମଲାରେ ସଂପୃକ୍ତ ଥିବାବେଳେ ସେକ୍ଟର-୧୯ ଥାନାରେ ୨ଟି, ସେକ୍ଟର-୩ରେ ୨ଟି, ବିଶ୍ରା ଥାନାରେ ୨ଟି, ସେକ୍ଟର-୭ରେ ୩ଟି, ଝୀରପାଣିରେ ୨ଟି, ପ୍ଲାଣ୍ଟ୍‌ସାଇଟ୍‌ରେ ୧ଟି ଓ ରଘୁନାଥପାଲି ଥାନାରେ ୩ଟି ମାମଲାରେ ସାମିଲ ଅଛନ୍ତି। ଅଭିଯୁକ୍ତଙ୍କ ପାଖରୁ ୮ଟି ମୋବାଇଲ ଫୋନ, ୩ଟି ବାଇକ୍‌(ଜେଏଚ୍‌-୧୭-ଏଏ-୮୭୭୭, ବିଆର୍‌-୧୦-ଏପି-୫୨୬୪ ଓ ଜେଏଚ୍‌-୧୭-ଜେଡ୍‌-୯୨୯୩) ଜବତ ହୋଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!