କଟକ, (ବାଘୁଆବାର୍ତ୍ତା): ଘର ଓ ଜାଗା ବିକ୍ରି କରିଦେବା ନାମରେ ଲୋକଙ୍କୁ ଠକେଇ କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି କଟକ ବାଦାମବାଡ଼ି ଥାନା ପୋଲିସ । ଗିରଫ ଦୁଇ ଜଣ ହେଲେ ତୁଳସୀ ମିଶ୍ର ଓ ଶିଶିର ମିଶ୍ର । ଗିରଫ ଅଭିଯୁକ୍ତ ସମ୍ପର୍କରେ ମା’ ଓ ପୁଅ । ସେମାନେ ଫେକ୍ ୱେବ୍ ସାଇଟ୍ ମାଧ୍ୟମରେ ତ୍ରିଶୂଳିଆ ଠାରେ ଜମି ଦେବାକୁ କହି ୩୦ ଲକ୍ଷ ଟଙ୍କା ଠକି ନେଇଥିଲେ । ଏମିତିକି ମିଛ ଟଙ୍କା ରିସିପ୍ଟ ମଧ୍ୟ ଦେଇଥିଲେ । ପୋଲିସକୁ ଗତ କିଛି ମାସ ତଳେ ଏ ନେଇ ଅଭିଯୋଗ ହେବା ପରେ ଶେଷରେ ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା କଟକ ଡିସିପି ପିନାକ ମିଶ୍ର କହିଛନ୍ତି ।





