Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରସିକିଆ ପ୍ରେମିକକୁ ଉଠାଇ ନେଲା ପୋଲିସ

by ସଞ୍ଜୟ ସ୍ୱାଇଁ
April 22, 2025
in State
ରସିକିଆ ପ୍ରେମିକକୁ ଉଠାଇ ନେଲା ପୋଲିସ
123
VIEWS
Share on FacebookShare on Twitter

ଦାରିଙ୍ଗବାଡ଼ି, (ବାଘୁଆବାର୍ତ୍ତା): ପ୍ରଥମ ପ୍ରେମିକକୁ ଛାଡି ମହିଳା ଜଣଙ୍କ ଦ୍ବିତୀୟ ପ୍ରେମିକକୁ ବିବାହ କରିଥିଲେ । ସେମାନଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ହୋଇଥିଲା । ମହିଳାଙ୍କ ବାହାଘର ପରେ ପ୍ରଥମ ପ୍ରେମକୁ ଭୁଲି ପାରିନଥିଲେ ପ୍ରଥମ ପ୍ରେମିକ । ବିବାହ ପରେ ମଧ୍ୟ ଯୁବକ ଜଣଙ୍କ ସେହି ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଯାହାର ଭିଡ଼ିଓ ଯୁବକ ଜଣକ ସୁଟିଂ କରି ଭାଇରାଲ କରିଥିଲେ । ଏହାପରେ ରସିକିଆ ପ୍ରେମିକକୁ ରାତି ଅଧରେ ଉଠାଇ ନେଇଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତର ଗଂଜ୍ଜୁପଡା ଗ୍ରାମରେ । ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ବାଲିଗୁଡା ଥାନା ବାବୁଙ୍କ ନିଦ ହଜିଯାଇଥିଲା । ରାତି ଅଧରେ ବାଲିଗୁଡା ଥାନା ଅଧିକାରୀ ସମ୍ବିତ ସ୍ୱାଇଁ ପହଞ୍ଚିଥିଲେ ଗୁମିକିଆ ପଞ୍ଚାୟତରେ । ରାତି ୧ଟା ସମୟରେ ଗାଁରେ ଉତ୍ତେଜନା ଲାଗିରହିଥିଲା । ପରେ ରାତି ୨ଟା ସମୟରେ ବାଲିଗୁଡା ଏସଡ଼ିପିଓଙ୍କ ସହ ପହଞ୍ଚିଥିଲେ ସୁରକ୍ଷା କର୍ମୀ । ଗ୍ରାମବାସୀଙ୍କ ଅଟକ ପରେ ବି ରସିକିଆ ପ୍ରେମିକକୁ ଉଠାଇ ନେଇଥିଲା ପୋଲିସ । ଗଂଜ୍ଜୁପଡା ଗ୍ରାମର ଯୁବତୀ ବିବାହ କରିଥିଲେ ସେହିଗ୍ରାମର ସୁଜନ ଦିଗାଲଙ୍କ ପୁତ୍ର କୀଚକ ଦିଗାଲଙ୍କୁ । ୨୦୧୯ ମସିହାରେ ଉଭୟ ବିବାହ କରିଥିଲେ । ତିନି ବର୍ଷ ପରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ହେଲେ ମହିଳା ଜଣଙ୍କ ଭୁଲି ପାରିନଥିଲେ ପୁରୁଣା ପ୍ରେମିକ ସୁରଜ ପ୍ରଧାନଙ୍କୁ । ସେପଟେ ସୁରଜ ଅନ୍ୟ ଜଣକୁ ପ୍ରେମ ବିବାହ କରିଥିବା ବେଳେ ତାଙ୍କର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି । ତଥାପି ଭୁଲି ପାରିନଥିଲେ ପୂର୍ବତନ ପ୍ରେମିକାକୁ । ରଖିଥିଲେ ଶାରୀରିକ ସମ୍ପର୍କ । ଯାହାର ଭିଡ଼ିଓ ଯୁବକ ଜଣକ ସୁଟିଂ କରି ଭାଇରାଲ କରିଥିଲେ । ଶେଷରେ ଗ୍ରାମବାସୀଙ୍କ ଦ୍ବାରା ଅଟକ ରହିଲେ । ପରେ ପୋଲିସ ପହଞ୍ଚି ରସିକିଆ ପ୍ରେମିକକୁ ଉଠାଇ ନେଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!