Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳିକା ଗଣଦୁଷ୍କର୍ମର ଶିକାର,୩ ଅଭିଯୁକ୍ତ ଗିରଫ

by ସଞ୍ଜୟ ସ୍ୱାଇଁ
December 20, 2024
in Crime, State
ନାବାଳିକା ଗଣଦୁଷ୍କର୍ମର ଶିକାର,୩ ଅଭିଯୁକ୍ତ ଗିରଫ
40
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ରାଉରକେଲାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା । ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଉଦିତନଗର ଥାନା ପୋଲିସ । ୩ଜଣଙ୍କ ଡାକ୍ତାରୀ ମାଇନା ସରିଛି । ଅନ୍ୟ ପଟେ ପୀଡିତାଙ୍କ ଡାକ୍ତରୀ ମାଇନା ସରିଥିବାବେଳେ ୧୬୪ ଧାରାରେ ବୟାନ ରେକର୍ଡ କରାଯିବ । ୩ ଦିନ ତଳର ଘଟଣା । ୧୭ ତାରିଖ ଅପରାହ୍ନରେ ନାବାଳିକା ଘରୁ ଝଗଡା କରି ପଳାଇ ଆସିଥିଲେ । ଆଉ ଷ୍ଟେସନରେ ଏକୁଟିଆ ବୁଲୁଥିଲେ । ଖାଇବାର ଲୋଭ ଦେଖାଇ ୨ ଜଣ ଯୁବକ ତାଙ୍କୁ ନେଇଯାଇଥିଲେ । ୨୦ କିଲୋମିଟର ଦୂର ବିଶ୍ରା ଅଞ୍ଚଳରେ ଥିବା ଏକ ଝାଟିମାଟି ଘରେ ରଖି ଦୁଷ୍କର୍ମ କରିଥିଲେ । ତାଙ୍କ ସହ ଆଉ ଜଣେ ଯୁବକ ମଧ୍ୟ ଦୁଷ୍କର୍ମରେ ସାମିଲ ଥିଲା । ୧୮ ତାରିଖ ସକାଳେ ନାବାଳିକାଙ୍କୁ ବିଶ୍ରା ଛକରେ ଛାଡିଦେବା ସହ ଘଟଣା ସଂପର୍କରେ ପ୍ରଘଟ ନକରିବାକୁ ଧମକ ଦେଇଥିଲେ । ପରେ ନାବାଳିକା ଜଣେ ପୋଲିସ କର୍ମଚାରୀଙ୍କ ସହାୟତାରେ ଘରେ ପହଞ୍ଚି ସବୁ କଥା କହିଥିଲେ । ପରିବାର ଲୋକଙ୍କ ସହାୟତାରେ ଉଦିତ ନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଦୁଷ୍କର୍ମକାରୀଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଗତ ୨ ମାସ ମଧ୍ୟରେ ରାଉରକେଲାରେ ବିର୍ସା ମୁଣ୍ଡା ଥାନା ଓ ରଘୁନାଥପାଲି ଥାନା ଅଞ୍ଚଳରେ ସମାନ ଘଟଣା ଘଟିଥିଲା । ନାବାଳିକାଙ୍କୁ ଉଟାଇ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିବା ପରେ ପୋଲିସର ଚିନ୍ତା ବଢିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!