ଭୁବନେଶ୍ବର, (ବାଘୁଆବାର୍ତ୍ତା): ପୋଲିସ ଚାକିରୀ କରାଇଦେବାକୁ କହି ଠକେଇ । କନେଷ୍ଟବଳ ଚାକିରୀ କରାଇ ଦେବାକୁ କହି ୨୫ ଲକ୍ଷ ଟଙ୍କା ଠକିନେଲେ ଦୁର୍ବୃତ୍ତ । ଠକେଇ ଟଙ୍କାରେ ଦାମୀ ଗାଡି ଓ ବାଇକ୍ କିଣି ଅୟସ କରୁଥିଲା । ଠକକୁ ବାନ୍ଧିଲା ମଞ୍ଚେଶ୍ବର ଥାନା ପୋଲିସ । ଗିରଫ ଠକ ଜଣଙ୍କ ହେଉଛି ଦେବଦତ୍ତ ପଲାଇ । ତାଙ୍କ ଘର ରାଇରଙ୍ଗପୁର କୁସୁମୀ ପଞ୍ଚାୟତ । ୨୦୨୧ ମସିହାରେ ଦେବଦତ୍ତ ପଲାଇ ସପ୍ତସତୀ ବିହାରରେ ଡିଟୁଏସ୍ କନସଲଟାନ୍ସି ନାମକ କମ୍ପାନୀ କରିଥିଲା । ମେଡିକାଲରେ ଚାକିରି କରାଇବାକୁ କହି ମାର୍ଚ୍ଚ ୨୦୨୩ରେ ଅନୁଗୋଳର ବଳରାମ ପ୍ରଧାନ ୫୦ ହଜାର ଟଙ୍କା ଓ ଅନ୍ୟ ଜଣେ ଯୁବତୀଙ୍କଠାରୁ ୧୩ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡିଛି ।





