Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଞ୍ଚରିଡ଼ା ରେଞ୍ଜରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା, ପତ୍ନୀ ଓ ପୁଅ ଗିରଫ

by ସଞ୍ଜୟ ସ୍ୱାଇଁ
June 1, 2025
in Crime, State
ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌, ପୋଲିସ ଫୋର୍ସ ମୁତୟନ
276
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ପଞ୍ଚରିଡ଼ା ରେଞର ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ନିଜ ବାସଭବନରୁ ମିଳିବା ଘଟଣା। ଶିଶିରଙ୍କ ପତ୍ନୀ ନମିତା ଏବଂ ପୁଅ ଅଭିଷେକକୁ ଗିରଫ କଲା ଟାଉନଥାନା ପୋଲିସ। ଶନିବାର ବିଳମ୍ବିତ ରାତିରେ ଶିଶରଙ୍କ ପତ୍ନୀ ନମିତା ଓ ପୁଅ ଅଭିଷେକ ଶିଶରଙ୍କୁ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଥିଲା। ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ନୟାଗଡ଼ ବାରମାସୀ ଦଣ୍ଡାରେ ସ୍ତ୍ରୀ ଓ ପୁଅ ସହ ରହୁଥିଲେ ଶିଶର। ହେଲେ ଶିଶରଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କକୁ ନେଇ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ଶନିବାର ବିଳମ୍ବିତ ରାତିରେ ଶିଶର ଘରକୁ ନିଶାସକ୍ତ ଅବସ୍ଥାରେ ଫେରିଥିଲେ। ହେଲେ ଏହି ସମୟରେ ପତ୍ନୀ ନମିତା ତାଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଥିଲେ। ମୋବାଇଲରେ କାହାର ଫଟୋ ଅଛି, ତାକୁ ଯାଞ୍ଚ କରୁଥିବାବେଳେ ନମିତାଙ୍କ ସହ ଶିଶିରଙ୍କର ପାଟିତୁଣ୍ଡ ଓ ଧସ୍ତାଧସ୍ତି ହୋଇଥିଲା। ଏହା ପରେ ଘରେ ଏକ ପ୍ଲାଷ୍ଟିକ୍ କାରରେ ଥିବା ପେଟ୍ରୋଲ ଆଣି ଶିଶରଙ୍କ ଉପରେ ନମିତା ଢାଳି ଦେଇ ଦିଆସିଲି ମାରି ଦେଇଥିଲେ ନମିତା। ଆଉ ଶିଶିର ନିଆଁରେ ଜଳୁଥିବାବେଳେ ଘର କବାଟ ବନ୍ଦ କରି ନମିତା ଓ ଅଭିଷେକ ବାହାରକୁ ପଳାଇ ଆସିଥିଲେ। ପରେ ନମିତା ଓ ଅଭିଷେକଙ୍କ ଚିତ୍କାର ଶୁଣି ପଡ଼ୋଶୀ ପ୍ରଥମେ ଅଗ୍ନିଶମ ବିଭାଗକୁ ଫୋନ କରି ଡାକିଥିଲେ। ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚିଲା। ସେତେବେଳକୁ ଶିଶିରଙ୍କ ଶରୀର ଅଧିକାଂଶ ଜଳି ଯାଇଥିଲା। ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଶିଶରଙ୍କ ବଡ଼ ଭାଇଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!