Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନକ୍ସଲ ଜମା କରୁଥିଲେ ୨୦୦୦ ଟଙ୍କିଆ ନୋଟ, ମାଡି ବସିଲେ ଯବାନ, ୬ ଲକ୍ଷ ଟଙ୍କା ଜବତ

by ସଞ୍ଜୟ ସ୍ୱାଇଁ
May 26, 2023
in Crime, State
ନକ୍ସଲ ଜମା କରୁଥିଲେ ୨୦୦୦ ଟଙ୍କିଆ ନୋଟ, ମାଡି ବସିଲେ ଯବାନ, ୬ ଲକ୍ଷ ଟଙ୍କା ଜବତ
309
VIEWS
Share on FacebookShare on Twitter

ଛତିଶଗଡ଼, (ବାଘୁଆବାର୍ତ୍ତା): ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହର ନିଷ୍ପତ୍ତି ପରେ ନକ୍ସଲ ସଙ୍ଗଠନରେ ଭାଳେଣି ପଡ଼ିଛି। ପାଖରେ ଥିବା ବିପୁଳ ପରିମାଣର ନୋଟ୍‌କୁ କେମିତି ବଦଳାଇବେ, ତାକୁ ଚିନ୍ତାରେ ପଡ଼ିଗଲେଣି। ତେଣୁ ନକ୍ସଲ ନେତାମାନେ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାଧ୍ୟମ କରି ୨୦୦୦ ଟଙ୍କିଆ ନୋଟ୍ ବଦଳାଉଛନ୍ତି। ଆଜି ଏମିତି ଏକ ରାକେଟ୍ ପର୍ଦ୍ଦାଫାସ ହୋଇଛି। ଜମା ହେବାକୁ ଆସିଥିବା ୨୦୦୦ ଟଙ୍କା ନୋଟ୍ ପ୍ରାୟ ୬ ଲକ୍ଷ ଟଙ୍କା ଜବତ କରିଛି ଡିଆର୍‌ଜି ଯବାନ। ଏନେଇ ସୂଚନା ଦେଇଛନ୍ତି ଛତିଗଶଗଡ଼ ବିଜାପୁର ଏସ୍‌ପି ଅଞ୍ଜନେୟ ବାର୍ଣ୍ଣେୟ। ଛତିଶଗଡ଼ର ନକ୍ସଲ ନେତା ମଲେସ୍‌ଠାରୁ ୮ ଲକ୍ଷ ଟଙ୍କା (୨୦୦୦ ଟଙ୍କିଆ ନୋଟ୍‌) ଧରି ବିଜାପୁର ଜିଲ୍ଲାରେ ବିଭିନ୍ନ ବ୍ୟାଙ୍କରେ ଜମା କରୁଥିଲେ ଦୁଇ ନକ୍ସଲ ସମର୍ଥକ। ଦୁଇ ଲକ୍ଷରୁ ଅଧିକ ଟଙ୍କା ଜମା କରିସାରିଥିଲେ। ବାକି ଟଙ୍କା ଜମା କରୁଥିବା ବେଳେ ବ୍ୟାଙ୍କରେ ଡିଆର୍‌ଜି ଯବାନ ମାଡ଼ି ବସିଥିଲା। ଯବାନମାନେ ଦୁଇ ନକ୍ସଲ ସମର୍ଥକଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ନଗଦ ୬ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ଓ ୧୧ଟି ପାସ୍‌ବୁକ ଜବତ କରିଥିଲା। ନକ୍ସଲମାନେ ଧମକଚମକ ଦେଇ ବଟି ଆଦାୟ କରୁଥିଲେ। ସେଥିରେ ସାଧାରଣତଃ ୨୦୦୦ ଟଙ୍କିଆ ନୋଟ୍ ବେଶୀ ପାଉଥିଲେ। ଆର୍‌ବିଆଇ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହର କରିଥିବାରୁ ନକ୍ସଲଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ସେମାନେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଉଦ୍ୟମ କରିଥିଲେ। ସେଥିପାଇଁ ସେମାନେ ଦୁର୍ଗମଞ୍ଚଳର ଗରିବଙ୍କ ପାସ୍‌ବୁକ୍ ହାତେଇଥିଲେ। ପରେ ସେମାନଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କିଆ ନୋଟ୍ ଜମା କରୁଥିଲେ। ଥରେ ଟଙ୍କା ଜମା ହେବା ପରେ ପରବର୍ତ୍ତି ସମୟ ନକ୍ସଲମାନେ ଉଠାଇ ନେଉଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!