ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି । ତାଙ୍କ ଠାରୁ ୩୧ ଗୋଟି ପ୍ଲଟ ସହିତ ୭୨ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ମିଳିଛି । ତାଙ୍କୁ ଗିରଫ କରି ଆଜି କୋର୍ଟ ଫରୁୱାଡ କରାଯାଇଛି । ସେ ତାଙ୍କ ରୋଜଗାରରୁ ୨୯୩ % ଅଧିକ ରୋଜଗାର କରିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୁଚନା ମିଳିଛି । ଭିଜିଲାନ୍ସ ବିଭାଗ ପକ୍ଷରୁ କେସ୍ ନଂ ୧/୨୦୨୪ ରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଫରୁୱାଡ କରାଯାଇଛି । ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ୩୦୦୦ ସ୍କୋୟାର ଫୁଟର ଦୁଇ ମହଲା କୋଠା, ଭୁବନେଶ୍ୱର ପାଣ୍ଡେରା ସତ୍ୟ ବିହାରରେ ୨୪୦୦ ସ୍କୋୟର ଫୁଟର ଏକ ମହଲା କୋଠା, ଭୁବନେଶ୍ୱରରେ ୩୧ ଗୋଟି ପ୍ଲଟ, ସେଥି ମଧ୍ୟରୁ ୧୦ଟି ବେନାମି ପ୍ଲଟ ବୋଲି ସୁଚନା ମିଳିଛି । ଏମଭିଆଇଙ୍କର ବ୍ୟାଙ୍କ ଓ ବିମା ୭୨ ଲକ୍ଷ ୮୦ ହଜାର ଟଙ୍କା ମିଳିଛି । ସୁନା ଓ ଟଙ୍କା ୧୫ ଲକ୍ଷ ଟଙ୍କାର ହିସାବ କରାଯାଇଛି । ତାଙ୍କ ପୁଅ ମେଡିକାଲ ପଢ଼ିବା ପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ପକ୍ଷରୁ ସୁଚନା ମିଳିଛି । ଏଥି ସହିତ ୪ ଗୋଟି ବେନାମି ଗାଡିର ସନ୍ଧାନ ମିଳିଛି । ଏଥି ମଧ୍ୟରେ ଗୋଟିଏ ମାରୁତି କାର ଥିବା ବେଳେ ୩ଟି ବାଇକ୍ ରହିଛି । ଭିଜିଲାନ୍ସ ପକ୍ଷରୁ ଆହୁରି ଅଧିକ ତଦନ୍ତ ଜାରି ରହିଛି ।





