Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ କବଜାରେ ମୋ ବସ୍ ଲୁଟେରା‌ ଗ୍ୟାଙ୍ଗ

by ସଞ୍ଜୟ ସ୍ୱାଇଁ
May 22, 2024
in Crime, State
ପୁଲିସ କବଜାରେ ମୋ ବସ୍ ଲୁଟେରା‌ ଗ୍ୟାଙ୍ଗ
161
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ମୋ ବସ୍ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା ନୟାପଲ୍ଲୀ ଥାନା ପୁଲିସ। ମୋ ବସରେ ଚଢ଼ୁଥିବା ଯାତ୍ରୀଙ୍କ ଠାରୁ ଭିଡ଼ର ସୁଯୋଗ ନେଇ ମୋବାଇଲ, ଟଙ୍କା, ବ୍ୟାଗ ନେଇ ଛୁ ମାରୁଥିଲେ। ସିଆରପିଏଫ ବସ୍ ଷ୍ଟପରେ ପକେଟମାର ଓ ମୋବାଇଲ ଚୋରି କରୁଥିବା ବେଳେ ପୁଲିସ ସାଧା ପୋଷାକରେ ଯାଇ ଗ୍ୟାଙ୍ଗକୁ ଧରିଥିଲା। ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି ପୁଲିସ। ତଦନ୍ତ ସମୟର ସେମାନଙ୍କ ଠାରୁ ମୋବାଇଲ ଓ ଟଙ୍କା ଜବତ କରିଛି। ୫ ଜଣ ଲୁଟେରାଙ୍କ ଠାରୁ ୫ ମୋବାଇଲ, ୨୦ ହାଜର ଟଙ୍କା ଜବତ କରିଛି ପୁଲିସ । କଟକ ଭୁବନେଶ୍ବରରେ ଚାଲୁଥିବା ମୋ ବସରେ ଚଢି ଲୁଟ୍ କରୁଥିଲେ ଗ୍ୟାଙ୍ଗ। ଲୁଟ୍ ପରେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ପଳେଇ ଯାଉଥିଲେ ବୋଲି ଏସିପି ଜୋନ୍-୫ର ଗୌତମ କିଷାନ ସୂଚନା ଦେଇଛନ୍ତି।। ସୂଚନା ଯୋଗ୍ୟ ଯେ, ନୟାପଲ୍ଲୀ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଙ୍ଗ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ନାବାର୍ଡ ବସ ରହଣି ସ୍ଥଳ ନିକଟରେ ଅଭିଯୁକ୍ତ ମାନେ କୃତ୍ରିମ ଭିଡ ସୃଷ୍ଟି କରି ବସ ଯାତ୍ରୀ ମାନଙ୍କ ନିକଟରୁ ମୋବାଇଲ ଫୋନ ଏବଂ ମନିପର୍ସ ଲୁଟ କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ହସ୍ତଗତ ହୋଇଥିଲା। ମିଳିଥିବା ଏହି ସୂଚନାକୁ ଆଧାର କରି ପେଟ୍ରୋଲିଙ୍ଗ ଟିମ ନାବାର୍ଡ ବସ ରହଣି ସ୍ଥଳରେ ଅତର୍କିତ ଚଢଉ କରିବା ସହିତ ନିମ୍ନୋକ୍ତ ପାଞ୍ଚଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତ ମାନଙ୍କର ତଲାସି ବେଳେ ପୁଲିସ ପ୍ରତ୍ଯେକଙ୍କ ନିକଟରୁ ଗୋଟିଏ ଲେଖାଏଁ ହିସାବରେ ମୋଟ ୫ଟି ମୋବାଇଲ ଫୋନ, ଏବଂ ପ୍ରତ୍ଯେକଙ୍କ ନିକଟରୁ ୪୦୦୦ ଟଙ୍କା ହିସାବରେ ମୋଟ ୨୦,୦୦୦ ଟଙ୍କା ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ମାନେ ଗତ ୨୧ ତାରିଖ ଦିନ ଉକ୍ତ ବସ ରହଣି ସ୍ଥଳରୁ ମୋଟ ୫୦,୦୦୦ ଟଙ୍କା ଲୁଟ କରିଥିବା ବେଳେ, ମୋବାଇଲ ଫୋନ ଗୁଡିକୁ ସେମାନେ ଭୁବନେଶ୍ଵରର ବିଭିନ୍ନ ମୋ-ବସ ରହଣି ସ୍ଥଳ ନିକଟରୁ ଲୁଟ କରିଥିବା କଥା ସ୍ଵୀକାର କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!