Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳାଙ୍କୁ ଲଣ୍ଡା କରାଯିବା ଘଟଣା, ବନ୍ଧା ହେଲେ ୪ ଅଭିଯୁକ୍ତ

by ସଞ୍ଜୟ ସ୍ୱାଇଁ
August 25, 2024
in Crime, State
ମହିଳାଙ୍କୁ ଲଣ୍ଡା କରାଯିବା ଘଟଣା, ବନ୍ଧା ହେଲେ ୪ ଅଭିଯୁକ୍ତ
103
VIEWS
Share on FacebookShare on Twitter

ଲଇକେରା, (ବାଘୁଆବାର୍ତ୍ତା): ସ୍ୱାମୀର ନିର୍ଯାତନା ସହି ନପାରି ହାତ ଉଠାଇଲେ ବୋଲି ମହିଳାଙ୍କୁ ଲଣ୍ଡା କରିଦେଲା କଙ୍ଗାରୁ କୋର୍ଟ। କେବଳ ସେତିକି ନୁହେଁ ବରଂ ଜାତିରୁ ବାସନ୍ଦ କରି ତାଙ୍କୁ ପୁଣି ଥରେ ଜାତିରେ ମିଶାଇବା ପାଇଁ ଖାସି ମାଂସର ଭୋଜି ସହିତ ଦୁଇଟି ଦେଶୀ କୁକୁଡ଼ା ୫ହଜାର ଟଙ୍କା ଦେଇ ଜାତି ହେବାକୁ ବାଧ୍ୟ କରିଥିଲେ ଜାତି ସମାଜ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲଇକେରା ଥାନା ଜାମମାଲ ପଞ୍ଚାୟତ ରାଉତବାହାଲ ଗ୍ରାମରେ। ଏନେଇ ମହିଳାଙ୍କ ପୁଅ ନିରଞ୍ଜନ କିସାନ ଆଜି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ ଅନୁସାରେ, ଗ୍ରାମର ମହେନ୍ଦ୍ର କିସାନ ଓ ସ୍ତ୍ରୀ ହେମ(୪୫)ଙ୍କ ମଧ୍ୟରେ ଗତ ୯ ତାରିଖରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ମହେନ୍ଦ୍ର ତାର ସ୍ତି କୁ ମାଡ଼ପିଟ କରିଥଲେ । ଧସ୍ତାଧସ୍ତି ସମୟରେ ହେମ ର ହାତ ସ୍ୱାମୀ ଦେହରେ ବାଜିଯିବାରୁ ଏହି ଘଟଣା ଜାତି ସମାଜକୁ ଯାଇଥିଲା। ସେଠାରେ ହେମଙ୍କୁ ତାଙ୍କ ଅପରାଧ ପାଇଁ ଦଣ୍ଡିତ କରାଯାଇ ତାଙ୍କୁ ନଣ୍ଡା କରାଯାଇଥିଲା। ଏହାପରେ ତାଙ୍କୁ ଦଣ୍ଡ ବିଧାନ ସ୍ୱରୂପ ଜାତିରୁ ବାସନ୍ଦ କରି ଦିଆଯାଇଥିଲା। ଜାତିରେ ମିଶାଇବା ପାଇଁ ତାଙ୍କୁ ଖାସି ମାଂସର ଭୋଜି ଦେବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଜାତିରୁ ବାସନ୍ଦ ହେଇ ଥିବାରୁ ହେମ ବାଧ୍ୟ ହୋଇ ଭୋଜି ମଧ୍ୟ ଦେଇଥିଲେ। ତାଙ୍କ ପୁଅ ନିରଞ୍ଜନ ତାମିଲନାଡୁରେ କାମ କରୁଥିବା ବେଳେ ଘରକୁ ଫେରି ଘଟଣା ସମ୍ପର୍କରେ ଜାଣି ପୁଲିସରେ ଅଭିଯୋଗ କରିଥିଲେ। ଖବର ସାମ୍ନାକୁ ଆସିବା ପରେ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଲଇକେରା ପୁଲିସ। ଘଟଣାର ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନ କିସାନ, ନବୀନ ପିଙ୍ଗ, ସୁଶାନ୍ତ ପିଙ୍ଗ ଓ ମହିଳାଙ୍କ ସ୍ବାମୀ ମହେନ୍ଦ୍ର କିସାନଙ୍କୁ ଗିରଫ କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!