Wednesday, September 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ନରେଶ କୁମାର ଦାସ ଗିରଫ

by ସଞ୍ଜୟ ସ୍ୱାଇଁ
April 3, 2025
in Crime, State
ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ନରେଶ କୁମାର ଦାସ ଗିରଫ
95
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଦଶ କି ୨୦ ହଜାର ନୁହେଁ । ବିଲ୍‌ ପାସ୍‌ ପାଇଁ ଠିକାଦାରଙ୍କୁ ୧ ଲକ୍ଷ ଟଙ୍କା ମାଗିଥିଲେ ଯନ୍ତ୍ରୀ । ୧ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ତାଙ୍କୁ ଗିରଫ କରିଛି । ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ଏହି ବାବୁ ଜଣଙ୍କ ହେଲେ ଗ୍ରାମ୍ୟ ନିର୍ମାଣ (ଜନସ୍ୱାସ୍ଥ୍ୟ) ବିଭାଗ ସହକାରୀ ଯନ୍ତ୍ରୀ (ଏଇ) ନରେଶ କୁମାର ଦାସ । ଭିଜିଲାନ୍ସ ଅଧିକାରୀମାନେ ୧ ଲକ୍ଷ ଲାଞ୍ଚ ଟଙ୍କାକୁ ସହ ତାଙ୍କ ପାଖରୁ ୨ ଲକ୍ଷ ୨୬ ହଜାର ଟଙ୍କା ଏବଂ ଭଡ଼ା ଘରୁ ୧.୩୦ ଲକ୍ଷ ଟଙ୍କା ସମେତ ନଗଦ ୩.୫୬ ଟଙ୍କା ଜବତ କରାଯାଇଛି। ଜଣେ ଠିକାଦାରଙ୍କର ୭ ଲକ୍ଷ ଟଙ୍କା ବିଲ୍‌ ବାକି ଥିଲା । ଉକ୍ତ ବିଲ୍‌ ପାସ୍‌ ପାଇଁ ଠିକାଦାର ଜଣଙ୍କ ନରେଶଙ୍କ ପାଖକୁ ଯାଇଥିଲେ । ନରେଶ ବିଭିନ୍ନ ବାହାନାରେ ଦିନ ଗଡ଼ାଇ ଚାଲିଥିଲେ । ତେବେ ଗତ ସପ୍ତାହରେ ଠିକାଦାରଙ୍କୁ ନରେଶ କହିଥିଲେ ଦେଢ଼ ଲକ୍ଷ ଟଙ୍କା ଦେଲେ ୭ ଲକ୍ଷ ଟଙ୍କାର ବିଲ୍‌ ପାସ୍‌ କରି ଦେବେ । ଏତେ ଟଙ୍କା ଦେବାକୁ ନରେଶ ରାଜି ହୋଇ ନଥିଲେ । ଶେଷରେ ୧ ଲକ୍ଷ ଟଙ୍କାରେ କଥା ଛିଡ଼ିଥିଲା । ଠିକାଦାର ଜଣଙ୍କ ଏନେଇ ଭିଜିଲାନ୍ସ ଅଫିସ୍‌ରେ ଜଣାଇଥିଲେ । ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ଟିମ୍‌ ଯୋଜନା କରିଥିଲେ । ବୁଧବାର ଟଙ୍କା ନେଇ ଅଫିସ୍‌ ଆସିବାକୁ କହିଥିଲେ ନରେଶ । ଏଇଙ୍କ କଥା ମାନି ଠିକାଦାର ୧ ଲକ୍ଷ (୫ଶହ ଟଙ୍କିଆ) ନେଇ ପ୍ରଥମେ ଭିଜିଲାନ୍ସ ଅଫିସ୍‌କୁ ଯାଇଥିଲେ । ପୂର୍ବରୁ ଉକ୍ତ ଟଙ୍କାରେ ଥିବା ସିରିୟଲ୍‌ ନମ୍ବର ଭିଜିଲାନ୍ସ ଅଧିକାରୀମାନେ ସାକ୍ଷୀମାନଙ୍କ ଉପସ୍ଥିତରେ ଲେଖି ରଖିଥିଲେ । ତା’ପରେ ଉକ୍ତ ଟଙ୍କାରେ କେମିକାଲ୍‌ ବୋଳି ଠିକାଦାରଙ୍କୁ ଦେଇଥିଲେ ଭିଜିଲାନ୍ସ ଟିମ୍‌ । ଟଙ୍କା ନେଇ ଅଫିସ୍‌ରେ ସେ ଏଇଙ୍କୁ ଦେଇଥିଲେ ଠିକାଦାର । ଏହି ସମୟରେ ଭିଜିଲାନ୍ସ ଟିମ୍‌ ନରେଶଙ୍କୁ ଗିରଫ କରିଥିଲା । ତା’ପରେ ନରେଶଙ୍କ ଅଫିସ୍‌ ଚ୍ୟାମ୍ବର ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଆଉ ୧ ଲକ୍ଷ ୨୬ ହଜାର ଟଙ୍କା ମିଳିଥିଲା । ଉକ୍ତ ଟଙ୍କା ବିଷୟରେ ସେ ଭିଜିଲାନ୍ସକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ତାଙ୍କ ଘରେ ଚଢ଼ଉ କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!