Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଠକେଇ ଅଭିଯୋଗ, IDBI ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ

by ସଞ୍ଜୟ ସ୍ୱାଇଁ
March 8, 2024
in Crime, State
ଠକେଇ ଅଭିଯୋଗ, IDBI ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ
59
VIEWS
Share on FacebookShare on Twitter

ପିପିଲି, (ବାଘୁଆବାର୍ତ୍ତା): ପିପିଲି ଦାଣ୍ଡମୁକୁନ୍ଦପୁର IDBI ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ। ୩ କୋଟି ୭୦ ଲକ୍ଷ ଠକେଇ ମାମଲାରେ ଗିରଫ ହୋଇଛନ୍ତି ଆସିଷ୍ଟାଣ୍ଟ ମ୍ୟାନେଜର। ଛତିଶଗଡ଼ର ରାଇପୁରରୁ ଆସିଷ୍ଟାଣ୍ଟ ମ୍ୟାନେଜର ତନ୍ମୟ ମହାରଣାଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା EOW । ଠକେଇ ଘଟଣାରେ ପିପିଲି ଆଇଡିବିଆଇ ବ୍ୟାଙ୍କ୍‌ର ପୂର୍ବତନ ଆସେଟ୍ ଅଫିସର ତଥା ବର୍ତ୍ତମାନର ଆସିଷ୍ଟାଣ୍ଟ ବ୍ୟାଙ୍କ୍ ମ୍ୟାନେଜର ଅଛନ୍ତି ତନ୍ମୟ କୁମାର ମହାରଣା। ଇଓଡବ୍ଲ୍ୟୁର ଏକ ଟିମ୍ ଛତିଶଗଡ଼ର ରାୟପୁରରୁ ତାଙ୍କୁ ଗିରଫ କରି ଭୁବନେଶ୍ଵର ଆଣିଛି। ପିପିଲି ବ୍ଲକ କାର୍ଯ୍ୟାଳୟର ୨ଟି ଆକାଉଣ୍ଟ ସେହି ବ୍ରାଞ୍ଚରେ ଥିଲା। ୨୦୧୮ ମସିହାରେ ବିଡିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ୩ କୋଟି ୭୦ ଲକ୍ଷ ଟଙ୍କା ମୂଲ୍ୟର ୭ଟି ଚେକ୍ ବ୍ୟାଙ୍କ୍‌କୁ ଦିଆଯାଇଥିଲା। ୨୦୨୨ ମସିହାରେ ଟଙ୍କା ଉଠାଇବା ସମୟରେ ଏଫ୍ଏଫ୍‌ଡି ନଥିବା କଥା ନଜରକୁ ଆସିଥିଲା। ଏନେଇ ଆଇଡିବିଆଇ ବ୍ୟାଙ୍କ୍ ଜିଏମଙ୍କୁ ଭେଟି ଘଟଣା ବିଷୟରେ ଜଣାଇଥିଲେ। ବ୍ୟାଙ୍କ୍ ପକ୍ଷରୁ ତଦନ୍ତ ବେଳେ ତନ୍ମୟ ଓ ତାର ସହଯୋଗୀଙ୍କ ମହାଘୋଟାଲା ପଦାକୁ ଆସିଥିଲା। ତେବେ ଏନେଇ ଜିଏମ୍ ଗତ ଫେବ୍ରୁଆରୀ ୨୯ ତାରିଖରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଛତିଶଗଡ଼ର ରାୟପୁରରୁ ତନ୍ମୟଙ୍କୁ ଗିରଫ କରିଛି । ତେବେ ଏଥିରେ ବ୍ୟାଙ୍କର ଅନ୍ୟ କିଛି କର୍ମଚାରୀଙ୍କ ସମ୍ପୃକ୍ତି ରହିଛି ନା ନାହିଁ ତାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!