ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ୬୭୬ ବୋତଲ ବିଭିନ୍ନ ବ୍ରାଣ୍ଡର ମଦ ଜବତ କରିବା ସହ ୩ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଫରୁୱାର୍ଡ କରିଛି । ୪୭୦ ଲିଟର ମଦ ବୋଲି ସୁଚନା ମିଳିଛି । ସୁଚନାନୁସାରେ ହୋଲି ଦିନ ମଦ ଦୋକାନ ବନ୍ଦ ଥିବାରୁ ନୟାଗଡ଼ ଲେଙ୍କୁଡିପଡା ଛକରେ ଥିବା ଗୁଗୁଲି ହୋଟେଲର ମାଲିକ ସୁରେଶ ଚନ୍ଦ୍ର ପ୍ରଧାନ ବିପୁଳ ପରିମାଣରେ ବିଦେଶୀ ମଦ ରଖିଥିଲେ । ନୟାଗଡ଼ ପୁଲିସ ପକ୍ଷରୁ ରାତ୍ର ୧୧ ଟାରେ ଚଢ଼ଉ କରାଯାଇ ହୋଟେଲ ମାଲିକ ସମେତ କର୍ମଚାରୀ ଚିତ୍ରସେନ ନାୟକ ଓ ହରେକୃଷ୍ଣ ଗୁଣ୍ଡାକୁ ପୁଲିସ ଗିରଫ କରି କୋର୍ଟ ଫରୁୱାର୍ଡ କରିଛି । ନୟାଗଡ଼ ଟାଉନ ଥାନାରେ କେସ ନମ୍ବର ୧୦୬ରେ ଏକ ମାମଲା ରୁଜୁ କରାଯାଇ ୩ ଜଣଙ୍କୁ କୋର୍ଟ ଫରୁୱାର୍ଡ କରିଛନ୍ତି । ସୁରେଶଙ୍କ ନାମରେ ପୁର୍ବରୁ ନୟାଗଡ଼ ଟାଉନ ଥାନାରେ ଦୁଇ ଗୋଟି ମାମଲା ରହିଥିବା ବେଳେ ଚିତ୍ରସେନଙ୍କ ନାମରେ ଗୋଟିଏ ମାମଲା ନୟାଗଡ଼ ଟାଉନ ଥାନାରେ ରହିଛି । ନୟାଗଡ଼ ଟାଉନ ଥାନାର ସବ୍ ଇନିସପେକ୍ଟର ସନ୍ତୋଷ କୁମାର ଦାସ ଏହି ଘଟଣାରେ ଚଢ଼ାଉ କରିଥିଲେ ।





