Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହନୁମାନ ବାବା ଗିରଫ

by ସଞ୍ଜୟ ସ୍ୱାଇଁ
September 27, 2022
in Crime, State
ହନୁମାନ ବାବା ଗିରଫ
250
VIEWS
Share on FacebookShare on Twitter

ଉମରକୋଟ, (ବାଘୁଆବାର୍ତ୍ତା): ଛତିଶଗଡ଼ର ଜଣେ ନାବାଳିକଙ୍କୁ ଦୁଷ୍କର୍ମ ଅଭିଯୋଗରେ ଓଡ଼ିଶାର ଜଣେ ଭଣ୍ଡ ବାବା ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ବାବାଙ୍କ ପରିଚୟ ବୁଦୁରାମ ଅନ୍ଦକାରି । ସେ ନବରଙ୍ଗପୁର ରାଇଘର ବ୍ଲକ ଅନ୍ତର୍ଗତ ହାଟଭରାଣ୍ଡି ପଞ୍ଚାୟତର ଝଟିଆରପାରା ଗାଁର ବାସିନ୍ଦା। ତାଙ୍କ ବାପାଙ୍କ ପରିଚୟ ରାମ ଅନ୍ଦକାରି। ତାଙ୍କୁ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଛତିଶଗଡ଼ର ବିଶ୍ରାମପୁରୀ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ବୁଦୁରାମ ଦୀର୍ଘ ଦିନ ଧରି ନିଜକୁ ବାବା ବୋଲି କହି ଲୋକଙ୍କ ବିଭିନ୍ନ ସମସ୍ୟା ସହିତ ରୋଗ ଠିକ୍ କରୁଥିବା ଅଭିଯୋଗ ହାଇଛି । ଏମିତିକି ତାଙ୍କ ଶରୀରରେ ନିଜେ ହନୁମାନ ଆବିର୍ଭାବ ହେଉଛନ୍ତି ବୋଲି କହି ଲୋକଙ୍କୁ ଭୁଆଁ ବୁଲାଉଥିଲେ । ଫଳରେ ଲୋକେ ଅନ୍ଧ ବିଶ୍ବାସର ଶିକାର ହୋଇ ସ୍ଥାନୀୟ ବ୍ଲକର ସୀମାନ୍ତ ଅଞ୍ଚଳ ସହିତ ଛତିଶଗଡ଼ରୁ ମଧ୍ୟ ବହୁ ଲୋକ ବୁଦୁରାମ ପାଖକୁ ବିଭିନ୍ନ ସମସ୍ୟା ନେଇ ଆସୁଥିଲେ । ଚଳିତ ମାସ ୧୯ ତାରିଖ ସୋମବାର ଦିନ ଛତିଶଗଡରୁ ଜଣେ ନାବାଳିକଙ୍କୁ ତାଙ୍କ ପରିବାର ଲୋକେ ଝିଅର ପେଟ ବଥା ହେବାରୁ ବୁଦୁରାମ ପାଖକୁ ଝଡ଼ାଫୁଙ୍କା କରିବାକୁ ଆଣି ସେହିଦିନ ଝିଅକୁ ଦେଖାଇ ଘରକୁ ନେଇଥିଲେ । ଏହାର ପରଦିନ ବୁଦୁରାମ ଏହି ନାବାଳିକଙ୍କ ବାପାଙ୍କୁ ଫୋନ୍ କରି ପୁଣି ଥରେ ଝଡ଼ାଫୁଂକା କରିବାକୁ ପଡ଼ିବ ବୋଲି କହିଥିଲେ । ଗତ ଗୁରୁବାର ଦିନ ବୁଦୁରାମ ଏହି ନାବାଳିକା ଘରକୁ ଯାଇ ଝଡ଼ାଫୁଙ୍କା କରିଥିଲେ । ଗୋଟାଏ ଘର ଭିତରେ ଏହି ନାବାଳିକାଙ୍କୁ ରଖି ପରିବାର ଲୋକଙ୍କୁ ଅଲଗା ବାହାର କରି ଭିତରୁ କବାଟ ବନ୍ଦ କରିଦେଇଥିଲେ ବାବା । ବୁଦୁରାମ ସେଠାରୁ ଫେରିବା ପରେ ରାତିରେ ଏହି ନାବାଳିକା ଘର ଲୋକଙ୍କୁ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ । ପରେ ପରିବାର ଲୋକେ ବିଶ୍ରାମପୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବିଶ୍ରାମପୁରୀ ଥାନା ଅଧିକାରୀ ରବି ଶଙ୍କରଙ୍କ ନେତୃତ୍ବରେ ଏକ ଟିମ ଓଡ଼ିଶା ଆସି ବୁଦୁରାମଙ୍କୁ ଉଠାଇ ନେଇଛନ୍ତି। ଏ ନେଇ ବିଶ୍ରାମପୁରୀ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବୁଦୁରାମଙ୍କ ନାମରେ ପୋକ୍ସୋ ମାମଲା ଲାଗିଥିବାରୁ ତାଙ୍କୁ ଏବେ ବିଚାର ବିଭାଗୀୟ ହାଜତକୁ ପଠାଇ ଯାଇଛି ବୋଲି ଥାନା ଅଧିକାରୀ ରବି ଶଙ୍କର ଜଣାଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!