ଦଶପଲ୍ଲା, (ବାଘୁଆବାର୍ତ୍ତା): ନିର୍ବାଚନ ପୂର୍ବରୁ ଆକ୍ସନ ମୋଡ଼କୁ ଆସିଛି ବାଣୀଗୋଛା ପୋଲିସ୍ | ଅସାମାଜିକ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି | ଥାନାଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯିବା ସହିତ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି | ଏହି କ୍ରମରେ ଚଡେୟାପଲ୍ଲୀ (ଓଡିକିରି) ରୁ ଲକ୍ଷ୍ମୀଧର ମଲ୍ଲିକଙ୍କୁ ଗିରଫ୍ କରାଯାଇଥିବା ବେଳେ କଳସାଖମଣରୁ ବିରେନ୍ଦ୍ର ଜାନିଙ୍କୁ ଗିରଫ୍ କରାଯାଇ ଥିବା ଜଣାପଡ଼ିଛି | ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ପୋଲିସ ସୂତ୍ରରୁ ପ୍ରକାଶ | ସୁଚନା ଯୋଗ୍ୟ ଯେ ଉଭୟଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ଜବତ ହୋଇଛି |





