Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୦ ଦିନର ଶିଶୁକୁ ଦେଇଥିଲେ ୬୦ ଚେଙ୍କ, ଜେଜେମା ଗିରଫ

by ସଞ୍ଜୟ ସ୍ୱାଇଁ
March 14, 2025
in Crime, State
୧୦ ଦିନର ଶିଶୁକୁ ଦେଇଥିଲେ ୬୦ ଚେଙ୍କ, ଜେଜେମା ଗିରଫ
72
VIEWS
Share on FacebookShare on Twitter

ଉମରକୋଟ, (ବାଘୁଆବାର୍ତ୍ତା): ଦଶ ଦିନର ଶିଶୁକୁ ୬୦ ଚେଙ୍କ ଦେବା ଘଟଣା । ଚନ୍ଦାହାଣ୍ଡି ପୋଲିସ ଶିଶୁର ଜେଜେମାକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୁନ୍ତଳା ମଶ୍ରାଙ୍କୁ ବିଏନଏସର ଧାରା ୧୧୮(୨)/୩(୫) ଏବଂ ୨୩ ଜୁଭେ ନାଇଲ ଜଷ୍ଟିସ ଆକ୍ଟରେ ଗିରଫ କରାଯାଇଛି । ତେବେ ଜାମିନ ଆବେଦନ ଖାରଜ ହେବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ସୂତ୍ରରୁ ଜଣା ପଡିଛି । ସୂଚନା ଥାଉକି, ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଂଚାୟତ ଅଧିନସ୍ଥ ଫୁଣ୍ଡେଲପଡା ଗ୍ରାମର ଏକ ଦଶ ଦିନର ଶିଶୁ ଅସୁସ୍ଥ ହେବାରୁ ତାକୁ ଚିକିତ୍ସା ପରିବର୍ତ୍ତେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁ ଦେହରେ ୬୦ରୁ ଉର୍ଦ୍ଧ ଚେଙ୍କ ଦିଆଯାଇଥିଲା। ଏହି ମାମଲାରେ ଘଟଣାକୁ ନେଇ ଚନ୍ଦାହାଣ୍ଡି ଥାନା କେସ ନଂ ୩୩/୨୫ ପ୍ରକାରେ ଶିଶୁର ବାପା ସରୋଜ ନାୟକ, ମାଆ ପୂର୍ଣମୀ ନାୟକ ଏବଂ ଜେଜେମା କୁନ୍ତଳା ମଶ୍ରାଙ୍କ ନାମରେ ଏକ ମାମଲା ରୁଜୁ କରିଥିଲେ । କିଛି ଦିନ ତଳେ ଶିଶୁ ଜନ୍ମ ହେବାର ଦଶ ଦିନ ପରେ ବହୁତ କାନ୍ଦୁଥିଲେ । ତେବେ ଶିଶୁକୁ ଚେଙ୍କ ଦେଲେ ସୁସ୍ଥ ହେବ ବୋଲି ଶୁଣିବା ପରେ ଶିଶୁର ବାପା, ମା ଓ ଜେଜେମା ଶିଶୁର ମୁଣ୍ଡ ଓ ପେଟରେ ୬୦ ରୁ ଉର୍ଦ୍ଧ୍ୱ ଚେଙ୍କ ଦେଇଥିଲେ । ଯାହା ଫଳରେ ଶିଶୁ ଗୁରୁତର ହେବାରୁ ଉମରକୋଟ ଡିଏନକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଶିଶୁ ରୋଗ ବିଶେଷଜ୍ଞ ତଥା ନବରଙ୍ଗପୁର ସିଡ଼ିଏମଓ ଡ଼ଃ ସନ୍ତୋଷ କୁମାର ପଣ୍ଡା ଶିଶୁର ଚିକିତ୍ସା କରିବା ପରେ ଶିଶୁ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!