Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାଆଁଳା ଝିଅ ଜନ୍ମ ହେବାରୁ ମାରି ପୋତିଦେଲା ବାପା, ଜେଜେବାପା ଗିରଫ, ବାପା ଫେରାର୍

by ସଞ୍ଜୟ ସ୍ୱାଇଁ
June 24, 2024
in Crime, NATIONAL NEWS
ଜାଆଁଳା ଝିଅ ଜନ୍ମ ହେବାରୁ ମାରି ପୋତିଦେଲା ବାପା, ଜେଜେବାପା ଗିରଫ, ବାପା ଫେରାର୍
98
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଏବେ ବି ଅନେକ ଲୋକ ଝିଅ ପୁଅ ମଧ୍ୟରେ ତାରତମ୍ୟ ଦେଖୁଛନ୍ତି। ପରିବାରରେ ଝିଅ ଜନ୍ମ ହେଲେ ଅଭିଶାପ ବୋଲି ଭାବୁଛନ୍ତି। ଏପରିକି ନବଜାତଙ୍କୁ ମାରିଦେବାକୁ ମଧ୍ୟ ପଛାଉ ନାହାନ୍ତି। ଏପରି ଏକ ଜ୍ୱଳନ୍ତ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ଦୁଇ ନବଜାତ ଶିଶୁକନ୍ୟାଙ୍କୁ ବାପା ମାରି ପୋତି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଖବର ପାଇ ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ପ ହେବ ବୋଲି ପୁଲିସ କହିଛି। ଅନ୍ୟପଟେ ପୁଲିସ ଶିଶୁକନ୍ୟାଙ୍କ ଜେଜେବାପାକୁ ଗିରଫ କରିଥିବା ବେଳେ ବାପା ଫେରାର୍ ହୋଇଯାଇଛି। ଅଭିଯୋଗ ଅନୁଯାୟୀ, ପୂଜା ସୋଲାଙ୍କି ନାମକ ଜଣେ ମହିଳା ନିକଟରେ ଦୁଇ ଯାଆଁଳା ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ଜୁନ୍ ୧ରେ ସେ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ବାପଘରକୁ ଯିବାକୁ କହିଥିଲେ। ତାଙ୍କ ଭାଇ ମଧ୍ୟ ସେମାନଙ୍କୁ ନେବା ପାଇଁ ଆସିଥିଲେ। କିନ୍ତୁ ପୂଜାଙ୍କ ସ୍ୱାମୀ ନୀରଜ ଅନ୍ୟ ଏକ କାରକୁ ଦୁଇ ଝିଅକୁ ନେବା ସହ ତାଙ୍କୁ ପିଛା କରିବାକୁ କହିଥିଲେ। କିଛି ବାଟ ଯିବା ପରେ ନୀରଜ ରାସ୍ତା ବଦଳାଇ ଅନ୍ୟତ୍ର ପଳାଇ ଯାଇଥିଲେ। ତାଙ୍କୁ ଯେତେ କଲ୍ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ। ଅନେକ ସମୟ ଖୋଜାଖୋଜି କରିବା ପରେ ଶିଶୁଙ୍କୁ ମାରି ଦେଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେମାନେ ପୁଲିସରେ ଅଭିଯୋଗ କରିଛନ୍ତି। ପୂଜା ୨୦୨୨ରେ ନୀରଜଙ୍କୁ ବିବାହ କରିଥିଲେ। ଶାଶୁ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!