ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଅବକାରୀ ବିଭାଗକୁ ମିଳିଛି ସଫଳତା । ୧୫ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି । ସୁଚନାନୁସାରେ ନୟାଗଡ଼ ଅବକାରି ମୋବାଇଲ ସ୍କ୍ୱାଡ ଜାତୀୟ ରାଜପଥ ୫୭ ନୟାଗଡ଼ ବ୍ଲକ ପାଖ ପେଟ୍ରୋଲ ପମ୍ପ ଠାରେ ଗଞ୍ଜେଇ ଗାଡିକୁ ଜବତ କରିଛି । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ଥାନା ମାଣିକାଗୋଡ଼ା ଗ୍ରାମର ଆଫହର ଉଦ୍ଦିମ ଖାଁଙ୍କ ପୁଅ ନିଜାମ ଉଦ୍ଦିନ ଖାଁଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ତାଙ୍କ ଠାରୁ ୧୫ କେଜି ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୁଲ୍ୟ ୪ ଲକ୍ଷ ୫୦ ହଜାର ଟଙ୍କା ହେବ । ଏଥି ସହିତ ଜିରୋ ଆର ଜିରୋ ଫାଇଭ ଏ ଏଲ ୦୦୧୯ ଇଣ୍ଡିକା କାରକୁ ଜବତ କରାଯାଇଛି । ତାଙ୍କ ଠାରୁ ଏକ ସାମସଙ୍ଗ ମୋବାଇଲ ଫୋନ, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଓ ଆରସି ବୁକକୁ ଅବକାରୀ ବିଭାଗ ଜବତ କରିଛି । ଅବକାରୀ ବିଭାଗ ୧୩୭/୨୪-୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଫରୁୱାଡ କରିଛି । ଏହି ଚଢ଼ାଉରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡର ସବ ଇନିସପେକ୍ଟର ସୁଶାନ୍ତ କୁମାର ମହାପାତ୍ର, ଏଏସଆଇ ବିଦ୍ୟାଧର ପ୍ରଧାନ, ଦେବୀପ୍ରସାଦ ପାଣି, ନୀଳରୋହିତ ମଲ୍ଲିକ, କୈବଲ୍ୟ ସ୍ୱାଇଁ, ପ୍ରତ୍ୟୁଷା ରଞ୍ଜନ ଦେହୁରୀ, ଲକ୍ଷ୍ମୀଧର ବେହେରା, କନେଷ୍ଟବଳ ଶୁଭଶ୍ରୀ ପାଣିଗ୍ରାହି ଓ ହରପ୍ରିୟା ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ ।





