ଲକ୍ଷ୍ମୀପୁର, (ବାଘୁଆବାର୍ତ୍ତା): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପୋଲିସକୁ ସଫଳତା । ସାଢେ ଦଶ କିଲୋର ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ହେଲେ ଲକ୍ଷ୍ମୀପୁର ଥାନା ବଡ଼ଶଙ୍ଖା ଗାଁର ଧର୍ମେନ୍ଦ୍ର ପ୍ରେପେକା ଓ ଚିନ୍ତାମଣି ପ୍ରେପେକା ବୋଲି ଜଣାପଡିଛି । ଖବର ଅନୁଯାୟୀ, ଏହି ଦୁହେଁ ଗଞ୍ଜେଇ ଚୋରା ଚାଲାଣ ଲାଗି ପ୍ରସ୍ତୁତ କରୁଥିଲେ । ଏହି ସମୟରେ ଅଚାନକ ଚଢାଉ କରିଥିଲା ପୋଲିସ । ଆଉ ଏହି ଚଢାଉରେ ଦୁଇ ଜଣଙ୍କୁ ଗିରଫ କରିବା ସହ ସାଢେ ଦଶ କିଲୋର ଗଞ୍ଜେଇ ଜବତ କରିଛି ପୋଲିସ । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ମଧ୍ୟ କରାଯାଇଛି । କିଛି ଦିନ ତଳେ ଏହି ଅଞ୍ଚଳରେ ପ୍ରାୟ ତିନିଶହ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରିଛି ପୋଲିସ ।





