ଭୁବନେଶ୍ଵର, (ବାଘୁଆବାର୍ତ୍ତା): ଏସଟିଏଫ୍ ପଞ୍ଝାରେ ଗଞ୍ଜେଇ ବେପାରୀ। ୨ ଗଞ୍ଜେଇ ବେପାରୀଙ୍କୁ ନୟାଗଡ଼ରୁ ଗିରଫ କଲା ଏସଟିଏଫ୍। ସେମାନଙ୍କ ନିକଟରୁ ୧ କୁଇଣ୍ଟାଲ ୬ କେଜି ଗଞ୍ଜେଇ ସହ ଏକ କାର ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ବନ୍ଧଗଡ଼ର ଯୁଗଳ ନାୟକ ଓ ରଞ୍ଜିତ ଭୋଇ। ଏନେଇ ଏସଟିଏଫ୍ ଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।





