Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦାମୀ ଟ୍ରଲିରେ ଗଞ୍ଜେଇ ଚାଲାଣ

by ସଞ୍ଜୟ ସ୍ୱାଇଁ
March 31, 2025
in Crime, State
ଦାମୀ ଟ୍ରଲିରେ ଗଞ୍ଜେଇ ଚାଲାଣ
36
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): ଚୋରାଚାଲାଣ ହେଉଥିଲା ଗଞ୍ଜେଇ । ମାଡ଼ି ବସିଲା ଜିଆରପି । ଜଣେ ନାବାଳିକା ସହ ସୁନ୍ଦରୀ ମହିଳା ଓ ଯୁବକ ଗିରଫ । କୋରାପୁଟ ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସୂଚନାଯୋଗ୍ୟ ଯେ, କୋରାପୁଟ ରେଳ ଷ୍ଟେସନରେ କୋରାପୁଟରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ଜିଆରପି । ଦୁଇଟି ପୃଥକ ପୃଥକ ଘଟଣାରେ ଚୋରାଚାଲାଣ ହେଉଥିବା ୩୦ କିଲୋ ଗଞ୍ଜେଇ ଜବତ କରାଯାଇଛି । ଘଟଣାରେ ଜଣେ ନାବାଳିକାଙ୍କ ସହ ଦୁଇ ଜଣକୁ ଗିରଫ କରିଛି ପୋଲିସ । କୋରାପୁଟରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ କରୁଥିଲେ ଜଣେ ନାବାଳିକା ସହ ସୁନ୍ଦରୀ ମହିଳା । ହାତରେ ଥିଲା ଦାମୀ ଟ୍ରଲି ବ୍ୟାଗ୍ । ସୋମବାର ସକାଳୁ କୋରାପୁଟ ଷ୍ଟେସନରେ ସମଲେଶ୍ଵରୀ ଟ୍ରେନ୍‌ରେ ଚଢ଼ିବା ସମୟରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅଟକାଇଥିଲା ଜିଆରପି ଓ ଆରପିଏଫ । ବ୍ୟାଗ୍‌ ଖୋଲିବାରୁ ମିଳିଥିଲା ଗଞ୍ଜେଇ । ତୁରନ୍ତ ଜିଆରପି ଥାନାକୁ ନେଇ ଅଧିକ ପଚରା ଉଚୁରା କରିଥିଲା ପୋଲିସ । ସେହିଭଳି ବିଶାଖାପାଟଣା ଟ୍ରେନ୍‌ରୁ ମଧ୍ୟ ଏକ ଯୁବକକୁ ସନ୍ଦେହରେ ଯାଞ୍ଚ କରିବାରୁ ୧୦ କିଲୋ ଗଞ୍ଜେଇ ଚୋରାଚାଲାଣ କରୁଥିବା ଦେଖିବାକୁ ମିଳିଥିଲା । କୋରାପୁଟ ଜିଆରପି ଥାନାରେ ଏନେଇ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବ ବୋଲି ଜିଆରପି ଥାନା ଅଧିକାରୀ ସନ୍ତୋଷୀ ମହନ୍ତ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!