Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧୁକ କାରଖାନା ଠାବ ଘଟଣା, ଖୁବ୍‌ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ଏସ୍‌ଟିଏଫ୍

by ସଞ୍ଜୟ ସ୍ୱାଇଁ
March 14, 2025
in Crime, State
ବନ୍ଧୁକ କାରଖାନା ଠାବ ଘଟଣା, ଖୁବ୍‌ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ଏସ୍‌ଟିଏଫ୍
52
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଚାଳଘରେ ଚାଲିଥିଲା ଦେଶୀ ବନ୍ଧୁକ କାରଖାନା । କ୍ଷୀର ବେପାରିରୁ ବନ୍ଧୁକ ବେପାରୀ ସାଜିଥିଲା ଅଭିଯୁକ୍ତ । ଖବର ପାଇ ଗୁରୁବାର କ୍ରାଇମ୍‌ବ୍ରାଞ୍ଚ ଏବଂ ଏସ୍‌ଟିଏଫ୍‌ ଟିମ୍‌ ଚଢାଉ କରିଥିଲା । ଏହି ଘଟଣାରେ ଏସ୍‌ଟିଏଫ୍‌ ଟିମ୍‌ ଘର ମାଲିକ ଶରତ ବେହେରା ଓରଫ ଶରତ ଯାଦବ (୫୮), ବନ୍ଧୁକ ତିଆରି ପାଇଁ ଦେଶରେ କୁଖ୍ୟାତ ବିହାର ମୁଙ୍ଗେର ଅଞ୍ଚଳର ସମଶେର ଆଲମ୍‌(୪୬), ମହମ୍ମଦ ଆବିଦ୍‌ ହୁସେନ୍‌(୪୯) ଓ ପଶ୍ଚିମବଙ୍ଗର ମହମ୍ମଦ ଆଜାମ୍‌(୪୫)କୁ ଗିରଫ କରିଥିଲା । ଏମାନଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ସମଶେର ଆଲମ ନାମରେ ପୂର୍ବରୁ ବାସୁଦେବପୁର ଥାନାରେ ମାମଲା ରହିଛି । ସେହିପରି ଏମଡି ଆଜାମ ନାମରେ ଏକ ହତ୍ୟା ମାମଲା ରହିଛି । ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ଏସ୍‌ଟିଏଫ୍‌ । ଏନେଇ ପ୍ରେସ୍‌ ମିଟ୍‌ରେ ସୂଚନା ଦେଇଛନ୍ତି ଏସ୍‌ଟିଏଫ୍‌ ଡିଆଇଜି ପିନାକ ମିଶ୍ର । କଟକ ବୟାଳିଶି ମୌଜାର ଧୁଳେଶ୍ୱର ଅଞ୍ଚଳରେ ଏହି ଚଢାଉ କରାଯାଇଥିଲା । ଏହି ଚଢାଉରେ ବିପୁଳ ପରିମାଣର ବନ୍ଧୁକ ଏବଂ ଅନ୍ୟାନ୍ୟ ସରଞ୍ଜାମ ଜବତ ହୋଇଛି । ଚଢାଉ ବେଳେ ୭ ଏମଏମ ପିସ୍ତଲର ବ୍ୟାରେଲ ସହିତ ୨୯ ବଡି ପାର୍ଟ, ୮୦ ବଡି ପାର୍ଟସ୍, ୧୪ ସ୍ଲାଇଡ୍, ୩୬ ଗ୍ରିପ୍, ୧୫ ବ୍ୟାରେଲ୍, ୧୪ଟି ଲୁହା ଛଡ଼, ବିଭିନ୍ନ ଯନ୍ତ୍ରାଂଶ ଥିବା ବାକ୍ସ, ୬ ଫୁଟ ଲମ୍ଵା ମୋଟର ବିଶିଷ୍ଟ ଏକ ଲିଡ୍ ମେସିନ୍, ୫ ଫୁଟ ୧୧ ଇଞ୍ଚ ମୋଟର ଥିବା ଏକ ମିଲିଙ୍ଗ ମେସିନ୍, ୪ ଫୁଟ ୪ ଇଞ୍ଚ ମୋଟର ଥିବା ଏକ ଡ୍ରିଲିଂ ମେସିନ୍, ଏକ ଗ୍ରାଇଣ୍ଡର ମେସିନ୍ ଏବଂ ଅନ୍ୟ ଉପକରଣ ଜବତ କରାଯାଇଛି। ଏସଟିଏଫ୍ ଏହି ଘଟଣାରେ ପଶ୍ଚିମବଙ୍ଗର ଏମଡି ଆଜମ, ବିହାରର ଏମଡି ଅବିଦ ହୁସେନ୍ ଏବଂ ଏମଡି ସମୀର ଆଲମ, କଟକ ବୟାଳିଶି ମୌଜାର ଶରତ ଚନ୍ଦ୍ର ଯାଦବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ଏନେଇ ଅଧିକ ଛାନଭିନ୍ ଚଳାଇଛି। ଏହି ରାକେଟ୍‌ରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ କରୁଛି। ଉଲ୍ଲେଖଯୋଗ୍ୟ ଯେ, ଧୁଳେଶ୍ୱର ଅଞ୍ଚଳରେ ଏକ ଚାଳ ଘରେ ଦେଶୀ ବନ୍ଧୁକ ତିଆରି କାରଖାନା ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ଏସ୍‌ଟିଏଫ୍‌ ଏବଂ କ୍ରାଇମ୍‌ବ୍ରାଞ୍ଚ । ଖବର ପାଇ ଉକ୍ତ କାରଖାନାରେ ଉଭୟ ଟିମ୍‌ ଅତର୍କିତ ଚଢାଉ କରିଥିଲା । ରେଡ୍‌ କରିବା ବେଳେ ୪୦ରୁ ଅଧିକ ଦେଶୀ ବନ୍ଧୁକ ଜବତ କରିବା ସହ ବନ୍ଧୁକ ତିଆରି ସରଞ୍ଜାମ ଜବତ କଲା କ୍ରାଇମ୍‌ବ୍ରାଞ୍ଚ ଏବଂ ଏସ୍‌ଟିଏଫ୍‌ । ଏହା ସହ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ଏବଂ ଏହି ଦେଶୀ ବନ୍ଧୁକ କେଉଁ ଅଞ୍ଚଳରେ ବିକ୍ରି ହେଉଥିଲା, ସେସବୁ ଜାଣିବା ପାଇଁ ତଦନ୍ତ କରୁଛି ଏସ୍‌ଟିଏଫ୍ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!