Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦେଶୀ ମଦ ପିଇ ୧୫ ଅସୁସ୍ଥ ଘଟଣାରେ ବନ୍ଧା ହେଲେ ୫ ଜଣ

by ସଞ୍ଜୟ ସ୍ୱାଇଁ
August 20, 2024
in Crime, State
ଦେଶୀ ମଦ ପିଇ ୧୫ ଅସୁସ୍ଥ ଘଟଣାରେ ବନ୍ଧା ହେଲେ ୫ ଜଣ
57
VIEWS
Share on FacebookShare on Twitter

ଗଞ୍ଜାମ, (ବାଘୁଆବାର୍ତ୍ତା): ପ୍ରାୟ ୫ ବର୍ଷ ହେବ ଚୋରାରେ ଚାଲିଥିଲା ମଦ ବିକ୍ରି। ଅବକାରୀ ବିଭାଗର ଏଥିପ୍ରତି ନିଘା ନ ଥିଲା। ମାତ୍ର ହଠାତ୍‌ ସବୁ କିଛି ଓଲଟପାଲଟ ହୋଇଗଲା।ଆଉ ଏହି ଚୋରା ମଦ ପିଇ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ବ୍ରହ୍ମପୁରସ୍ଥିତ MKCG ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ମାମଲାରେ ୫ ଜଣଙ୍କୁ ବାନ୍ଧିଛି ପୁଲିସ୍‌ । ଏପରି ଏକ ଅଭାବନୀୟ ଘଟଣା ଗତକାଲି ଗଞ୍ଜାମ ଜିଲ୍ଲା ଚିକିଟି କରବାଲୁଆ ଅଞ୍ଚଳରେ ଘଟିଥିଲା। ଗିରଫ ୫ ଜଣ ମାଉନ୍ଦପୁର ଗାଁର ବୋଲି ଜଣାଯାଇଛି। ଗିରଫ ୫ ଜଣଙ୍କ ମଧ୍ୟରୁ କ.ନୂଆଗାଁ ପୁଲିସ ଦ୍ୱାରା ୪ ଜଣ ଓ ଅବକାରୀ ବିଭାଗ ଦ୍ୱାରା ଜଣେ ଗିରଫ ମଧ୍ୟ ହୋଇଛନ୍ତି। । ଗତକାଲି ମଦ ପିଇ କରବାଲୁଆ ଓ ଜେନାପୁରର ୧୫ ଅସୁସ୍ଥ ହୋଇ ପଡ଼ିଥିଲେ। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସମସ୍ତଙ୍କୁ ଚିକିଟି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅବସ୍ଥା ସଙ୍କଟାପନ୍ନ ହେବାରୁ ୩ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଚିକିଟି କରବାଲୁଆ ଅଞ୍ଚଳରେ ପ୍ରାୟ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଚୋରାରେ ମଦ ବିକ୍ରି ହେଊଛି। ସରକାରଙ୍କ ସ୍ୱିକୃତୀପ୍ରାପ୍ତ ମଦଠୁ ଖୁବ କମ୍‌ ଦରରେ ମଦ ମିଳୁଥିବାରୁ ଏହାକୁ ନେବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଜମୁଥିଲା। ଏବେ ଏକାଥରେ ୧୫ ଜଣ ଅସୁସ୍ଥ ହୋଇ ପଡ଼ିବାରୁ ନିଦରୁ ଉଠିଛି ପୁଲିସ୍‌ ଓ ଅବକାରୀ ବିଭାଗ । ଏହି ଘଟଣାର ତଦନ୍ତ ନିମନ୍ତେ ଗୁଇନ୍ଦା ଟିମ୍‌ ଗଠିତ ହୋଇଥିବା ବେଳେ ସେମାନେ ବୁଲି ବୁଲି ମଦ ସାମ୍ପଲ ସଂଗ୍ରହ କରୁଛନ୍ତି। ତେବେ ଏହା ପଛରେ ମୁଖ୍ୟ ଅଭିଯୁକ୍ତ କିଏ ଏବେ ତାଙ୍କୁ ଖୋଜୁଛି ପୁଲିସ୍‌।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!