ଭୁବନେଶ୍ବର, (ବାଘୁଆବାର୍ତ୍ତା): ଗଞ୍ଜେଇ ବେପାରରେ ବିହାର ଯୁବକ । ୩୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି ଭୁବନେଶ୍ୱର ଅବକାରୀ ବିଭାଗ । ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ୫ ବିହାରୀ ଯୁବକଙ୍କୁ ଗିରଫ ମଧ୍ୟ କରିଛି ଅବକାରୀ ବିଭାଗ । ଖବର ଅନୁଯାୟୀ, କନ୍ଧମାଳରୁ ବସ୍ ଯୋଗେ ଗଞ୍ଜେଇ ଆଣି ବିହାର ଯାଉଥିଲେ ୫ ଯୁବକ । ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଏକ ଅଟୋ ଯୋଗେ ରେଲଓ୍ୱେ ଷ୍ଟେସନ ଯିବା ପାଇଁ ଯୋଜନା କରୁଥିଲେ ୫ ବିହାରୀ ଯୁବକ । ଏହି ସମୟରେ ଖବର ପାଇ ମାଡିବସିଲା ଅବକାରୀ ବିଭାଗ । ସେମାନଙ୍କ ନିକଟରୁ ୩୦ କେଜିର ଗଞ୍ଜେଇ ଜବତ ହୋଇଛି । ଏହାସହିତ ଗିରଫ ୫ ଜଣ ଯୁବକଙ୍କ ପଚରାଉଚରା ଚାଲିଛି । ଏହି କାରବାରରେ ସେମାନଙ୍କ ସହିତ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଚାଲିଛି ଖୋଳତାଡ଼ ।





