ବରଗଡ଼, (ବାଘୁଆବାର୍ତ୍ତା): ବରଗଡ଼ ଭଟଲି ଥାନା ଝିକିଝିକି ଗାଁରେ ଘଟିଥିବା ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ଘଟଣା। ହତ୍ୟା ଅଭିଯୁକ୍ତ କାକା ଶିବ ବାଗକୁ ପୋଲିସ ମଙ୍ଗଳବାର ଗିରଫ କରିଥିବା ବେଳେ ବୁଧବାର ଦିନ ଶିବ ବାଗର ପୁଅ ନକୁଳ ବାଗକୁ ଗିରଫ କରିଛି ଭଟଲି ପୋଲିସ। ସେହିପରି ଶିବ ବାଗର ସ୍ତ୍ରୀ ପାର୍ବତୀ ବାଗ କୁ ଅଟକ ରଖି ହତ୍ୟା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ। କାକା ଶିବ ବାଗ ଓ ପୁଅ ନକୁଳ ବାଗ ମିଶି ପୁତୁରାର ପରିବାରର ସମସ୍ତ ସଦସ୍ୟଙ୍କୁ ଜଣକ ପରେ ଜଣେ ହତ୍ୟା କରିଥିଲେ। ହତ୍ୟା କରିଥିବା ସ୍ବୀକାର କରିଛନ୍ତି ଅଭିଯୁକ୍ତ ବାପ ପୁଅ। ସେପଟେ ଏହି ଘଟଣାକୁ ଚପାଇବା ଓ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିବା ସ୍ତ୍ରୀ ପାର୍ବତୀକୁ ଅଧିକ ପଚରା ଉଚରା ଜାରି ରଖିଛି ଭଟଲି ପୋଲିସ ।





