Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟ ବାହାରକୁ ଚାଲାଣ ବେଳେ ୨ ହାତୀ ଦାନ୍ତ ଜବତ

by ସଞ୍ଜୟ ସ୍ୱାଇଁ
January 22, 2025
in Crime, State
ରାଜ୍ୟ ବାହାରକୁ ଚାଲାଣ ବେଳେ ୨ ହାତୀ ଦାନ୍ତ ଜବତ
88
VIEWS
Share on FacebookShare on Twitter

ବାରିପଦା, (ବାଘୁଆବାର୍ତ୍ତା): ବାରିପଦା ବନଖଣ୍ଡ ଅଧିନସ୍ଥ ଦେଉଳି ବନାଞ୍ଚଳର ଝାରପୋଖରିଆ ଜାମଶୋଲା ରାସ୍ତାର ଗୋଷାଣୀ ଛକ ନିକଟରେ ବନ କର୍ମଚାରୀ ଚଢାଉ କରି ୨ଟି ହାତୀ ଦାନ୍ତ ଜବତ କରିଛି । ଏଥିସହ ୪ ଜଣ ଗିରଫ ହୋଇଛନ୍ତି। ହାତୀ ଦାନ୍ତ ବିକ୍ରି ପାଇଁ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବେଳେ ବନ ବିଭାଗର ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରିଥିଲା। ଏକ ବାଇକ୍ ରେ ଦୁଇଜଣ ୨ଟି ହାତୀଦାନ୍ତକୁ ଗାମୁଛାରେ ବାନ୍ଧି ଏକ ବ୍ୟାଗରେ ନେଉଥିଲେ। ସେମାନଙ୍କୁ ସୁରକ୍ଷା ଦେଇ ଆଉ ୨ ଜଣ ଅନ୍ୟ ଏକ ବାଇକ୍ ରେ ସେମାନଙ୍କ ସହିତ ଯାଉଥିଲେ। ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ କର୍ମଚାରୀ ସେମାନଙ୍କ ପିଛା କରିଥିଲା। ଗୋଷାଣୀ ଛକ ନିକଟରେ ବନବିଭାଗ କର୍ମଚାରୀ ୪ ଜଣଙ୍କୁ କାବୁ କରିବା ସହ ହାତୀ ଦାନ୍ତ ଜବତ କରିଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଝାଡ଼ଖଣ୍ଡର ଆନ୍ତଃରାଜ୍ୟ ହାତୀଦାନ୍ତ ବ୍ୟବସାୟୀ ଥିବା ବେଳେ ଦୁଇଜଣ ମୟୂରଭଞ୍ଜର ରାସଗୋବିନ୍ଦପୁର ଅଞ୍ଚଳର ବୋଲି ଜଣା ପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାରଖଣ୍ଡ ରାଜ୍ୟ ପଶ୍ଚିମ ସିଂ ଭୁମ୍ ଜିଲ୍ଲାର ମଙ୍ଗଲ ସୋରେନ୍ ଏବଂ ସୁରେଇ ସୋରେନ୍। ମୟୂରଭଞ୍ଜ ରାସଗୋବିନ୍ଦପୁର ଅଞ୍ଚଳର ବାର୍ଷା ମୁର୍ମୁ ଓ ଯୋଗେଶ୍ୱର ନାଏକ । ହାତୀ ଦାନ୍ତୁ ଦୁଇଟିରୁ ଗୋଟିକର ଓଜନ ଏକ କେଜି ହୋଇଥିବା ବେଳେ ଅନ୍ୟଟି ଏକ କେଜି ୨୦ ଗ୍ରାମ । ପ୍ରାଥମିକ ତଦନ୍ତ ପରେ ହାତୀ ଦାନ୍ତ ଦୁଇଟିକୁ ଫରେନ୍ସିକ୍ ଲ୍ୟାବକୁ ପଠାଯାଇ ଅଧିକ ତଥ୍ୟ ସଂଗ୍ରହ କରାଯିବ ବୋଲି ବାରିପଦା ଏସି.ଏଫ୍ ରବିନାରାୟଣ ମହାନ୍ତି କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!