Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏସଟିଏଫ ପଞ୍ଝାରେ ନକଲି ସୁଚନା ଅଧିକାର କର୍ମୀ, ବାନ୍ଧିଲା ଏସଟିଏଫ, ବ୍ୟାଙ୍କ ଖାତାରେ ୨ କୋଟିରୁ ଅଧିକ

by ସଞ୍ଜୟ ସ୍ୱାଇଁ
August 18, 2023
in Crime, State
ଏସଟିଏଫ ପଞ୍ଝାରେ ନକଲି ସୁଚନା ଅଧିକାର କର୍ମୀ, ବାନ୍ଧିଲା ଏସଟିଏଫ, ବ୍ୟାଙ୍କ ଖାତାରେ ୨ କୋଟିରୁ ଅଧିକ
203
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସ୍ପେଶାଲ ଟାସ୍କ ଫୋର୍ସ ଜଣେ ନକଲି ସୂଚନା ଅଧିକାର କର୍ମୀଙ୍କୁ ଗିରଫ କରିଛି। ତାଙ୍କ ନାଁ କିଶୋର କୁମାର ମିଶ୍ର। ସେ ନିଜକୁ ଆରଟିଆଇ କର୍ମୀ ବୋଲି କହୁଥିଲେ। ସେଥିପାଇଁ ଏକ ମିଛ ପରିଚୟ ପତ୍ର ମଧ୍ୟ ତିଆରି କରିଥିଲେ। ତାଙ୍କ ଠାରୁ ମିଛ ପରିଚୟ ପତ୍ର ସହିତ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି। ଏସ୍‌ଟିଏଫ୍‌ରୁ ମିଳିଥିବା ସୂଚନା ଅନୁଯାୟୀ, କିଶୋର କୁମାର ମିଶ୍ର ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି। ଇଂରାଜୀ ଭାଷାରେ ମଧ୍ୟ ତାଙ୍କର ବେଶ୍ ଦଖଲ ରହିଛି। ସେ ବ୍ରହ୍ମପୁରର ଲୋକ। ଅନେକ ବର୍ଷ ହେଲାଣି ସେ କୋରାପୁଟରେ ରହୁଛନ୍ତି। କିଶୋର ନିଜକୁ ଆରଟିଆଇ କର୍ମୀ କହି ଲୋକଙ୍କୁ ଡରାଇ ଟଙ୍କା ଆଦାୟ କରୁଥିଲେ। ସେହିଭଳି ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ତାଙ୍କର ଭଲ ସଂପର୍କ ଅଛି କହି କାମ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ ଟଙ୍କା ନେଉଥିଲେ। କ୍ରସର ଲାଇସେନ୍ସ ଓ ମଦ ଦୋକାନ ଲାଇସେନ୍ସ କରାଇ ଦେବାକୁ କହି ସେ ଟଙ୍କା ଲୁଟୁ ଥିଲେ। ଏମିତିକି ସରକାରୀ ଚାକିରିଆଙ୍କୁ ମଧ୍ୟ ସେ ଭକୁଆ ବନାଇଥିଲେ। ମନ ମୁତାବକ ସ୍ଥାନକୁ ବଦଳି କରାଇ ଦେବାକୁ କହି ସେ ଟଙ୍କା ନେଇ ଠକି ଦେଉଥିଲେ। ଦୁଇ-ତିନି ବର୍ଷ ହେଲାଣି ସେ ଲୋକଙ୍କୁ ଏଭଳି ଢଙ୍ଗରେ ଠକି ଟଙ୍କା ଆଦାୟ କରୁଥିଲେ। ଏହି ଦୁଇ-ତିନି ବର୍ଷରେ ତାଙ୍କ ଆକାଉଣ୍ଟରେ ୨ କୋଟିରୁ ଅଧିକ ଟଙ୍କା ଜମା ହୋଇଥିବା ଏସ୍‌ଟିଏଫ୍ ଜାଣିବାକୁ ପାଇଛି। ସେଥିରୁ ଅଧିକାଂଶ ନଗଦ ଟଙ୍କା ଜମା କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କିଶୋର ଏକ ବଡ଼ ଠକେଇ ଗ୍ରୁପର ସଦସ୍ୟ। ଏନେଇ ଅଧିକ ତଦନ୍ତ ଜାରି ରହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!