Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ

by ସଞ୍ଜୟ ସ୍ୱାଇଁ
May 14, 2025
in Crime, State
ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ
21
VIEWS
Share on FacebookShare on Twitter

ସାଲେପୁର, (ବାଘୁଆବାର୍ତ୍ତା): ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗ ଗିରଫ । ୫ କେଜି ୨ ଶହ ଗ୍ରାମ୍ ରୁପା, ୧୪୦ ଗ୍ରାମ୍ ସୁନା ସହ ନଗଦ ୩ ଲକ୍ଷ ୩୦ ହଜାର ଟଙ୍କା ଗୋଟିଏ ଆଇଚର ବସ୍, ୨ଟି ବାଇକ୍, ୬ଟି ମୋବାଇଲ ଓ ଗୋଟିଏ ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ନେଇ ଗ୍ରାମାଞ୍ଚଳ ଏସ୍ପି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ସାଲେପୁର ମାହାଙ୍ଗା ଓ ନେମାଳ ଥାନା ଅଞ୍ଚଳରେ ବଡ଼ ଧରଣର ଚୋରିକୁ ନେଇ ଗ୍ରାମାଞ୍ଚଳ ଏସ୍ପିଙ୍କ ନିର୍ଦ୍ଦେଶରେ ସାଲେପୁର ଏସ୍ଡିପିଓଙ୍କ ନେତୃତ୍ୱରେ ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନେମାଳ ଥାନା ଆଇଆଇସିକୁ ନେଇ ଏକ ଟିମ୍ ଗଠନ କରାଯାଇ ୯ ଜଣ ଆନ୍ତଃଜିଲ୍ଲା ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ସାହୁଙ୍କ ସହ ଦୀପ୍ତିକାନ୍ତ ପୃଷ୍ଟି, ବସନ୍ତ କୁମାର ବରାଳ, କୈଳାଶ ଚନ୍ଦ୍ର ସାହୁ, ବିରଞ୍ଚି ନାରାୟଣ ସାହୁ, ଲଷ୍ମୀଧର ସାହୁ, ଅଜୟ କୁମାର ସାହୁ, ତ୍ରିଲୋଚନ ସାହୁ ଓ ଆଲୋକ କୁମାର ନନ୍ଦିକୁ ଗିରଫ କରିଛି । ସେମାନଙ୍କ ନାମରେ କଟକ, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର, ଯାଜପୁର, ଭୁବନେଶ୍ୱର, କେନ୍ଦୁଝର ଜିଲ୍ଲା ମାନଙ୍କରେ ଏକାଧିକ ଅପରାଧିକ ମାମଲା ଥିବା ନେଇ ସୂଚନା ମିଳିଛି । ସେମାନେ ମୁଖ୍ୟତଃ ରାତିରେ ଘରେ ପଶି ଲୋକଙ୍କୁ ବନ୍ଧୁକ, ଭୁଜାଲି ଓ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଡକାୟତି କରିଥାନ୍ତି । ଅପରାଧୀ ମାନଙ୍କୁ ସାଲେପୁର ଥାନା ଜାହାଙ୍ଗୀରାବାଦ, ମାହାଙ୍ଗା ଥାନା ଗୁଣୁପୁର ଡାକାୟତି ହୋଇଥିବା ଅଞ୍ଚଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି ପୋଲିସ । ସେମାନଙ୍କ ଠାରୁ ୫ କେଜି ୨ ଶହ ଗ୍ରାମ ରୁପା,୧୪୦ ଗ୍ରାମ ସୁନା ସହ ନଗଦ ୩ ଲକ୍ଷ ୩୦ ହଜାର ଟଙ୍କା, ଗୋଟିଏ ଆଇଚର ବସ୍, ୨ଟି ବାଇକ୍, ୬ଟି ମୋବାଇଲ ଓ ଗୋଟିଏ ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବାବେଳେ ଏହି ଘଟଣାରେ ଅନ୍ୟ ଅପରାଧି ମାନଙ୍କୁ ଖୁବଶୀଘ୍ର ଧରାଯିବା ନେଇ ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ ସିଂ ପ୍ରେସମିଟ୍ରେ ସୂଚନା ଦେଉଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!