ଚିଲିକା, (ବାଘୁଆବାର୍ତ୍ତା): ବଜାରରେ ବେଶ ଚାହିଦା ଚିଲିକାର ପକ୍ଷୀ, ଚଢ଼ା ଦାମରେ ବିକ୍ରି କରିବାକୁ ବ୍ୟବସାୟୀକ ଆଶାରେ ନିରୀହ ପକ୍ଷୀଙ୍କ ଶୀକାର । ଚିଲିକାର ସୌନ୍ଦର୍ଯ୍ୟସ୍ଥଳୀ ମଙ୍ଗଳା ଯୋଡି, ପକ୍ଷୀ ବିହାର । ଶୀତ ମୌସୁମୀ ସହିତ ବର୍ଷ ତମାମ ଏହି ଅଞ୍ଚଳରେ ଦେଖିବାକୁ ମିଳିଥାଏ ବିଭିନ୍ନ ପ୍ରଜାତିର ପକ୍ଷୀ କିନ୍ତୁ ଏହି ନିରୀହ ବନ୍ୟ ପକ୍ଷୀଙ୍କ ସରଳତାର ଫାଇଦା ଉଠାନ୍ତି କିଛି ଅମାନବୀୟ ବ୍ୟକ୍ତି ବିଶେଷ। ବଜାରରେ ଚିଲିକାର ପକ୍ଷୀ ଖୁବ଼ ଚାହିଦା ଏବଂ ଚଢା ଦାମ୍ ହୋଇଥିବାରୁ ନୃଶଂସ ଶିକାରୀ ବ୍ୟବସାୟୀକ କ୍ଷେତ୍ରରେ କିଛ଼ି ମୋଟା ଧନ ଉପାର୍ଜନ ଆଶାରେ ନିଜର ମାନବ ପଣିଆକୁ ଭୁଲିଯାଇ ଶୀକାର କରିଥାନ୍ତି ଏହି ନିରୀହ ପକ୍ଷୀମାନଙ୍କୁ । ତେବେ ଏହି ପରିପ୍ରେକ୍ଷୀରେ ଆଜି ବନବିଭାଗହାତରେ ଧରାପଡିଛି ଭୂଷଣ୍ଡପୁର ବିଦ୍ୟାଧରପୁର ସାହି ର ପକ୍ଷୀ ଶିକାରୀ ଭାଗୀରଥୀ ।
ଟାଙ୍ଗୀରେଞ୍ଜ ବନ୍ୟପ୍ରାଣୀ ବନ୍ୟାଞ୍ଚଳ ଅଧୀନସ୍ଥ ସୁନ୍ଦରପୁର ଉପଖଣ୍ଡ ଅଞ୍ଚଳରେ ଅବସ୍ଥିତ ଥିବା ଭୂଷଣ୍ଡପୁର ବିଦ୍ୟାଧରପୁର ସାହି ର ଅଜୁ ସ୍ଵାଇଁ ଙ୍କ 50 ବର୍ଷୀୟ ପୁତ୍ର ଭାଗୀରଥୀ ସ୍ଵାଇଁ ବ୍ୟବସାୟୀକ କ୍ଷେତ୍ରରେ ନିରୀହ ପକ୍ଷୀମାନଙ୍କୁ ଖାଦ୍ୟରେ ବିଷ ଦେଇ ଶୀକାର କରି ଏକ ଅଖା ମାଧ୍ୟମରେ ୧୮ ଗୋଟି ବିଦେଶୀ ପକ୍ଷୀ ଧରି ଆସୁଥିବାବେଳେ ଏହାର ଖବର ପାଇ ଭୂଷଣ୍ଡପୁର ସେକ୍ସନ ର ଫରେଷ୍ଟର ସବିତା ପ୍ରଧାନ ଏବଂ କର୍ମଚାରୀ ମାନଙ୍କ ସହ ଯାଇ ଶିକାରୀ ଭାଗୀରଥୀ କୁ କାବୁ କରିବା ସହ ୧୪ଟି ପର୍ପଲ ମୁର୍ହୈନ,୨ଟି ଲେଜର ହୁଈଷ୍ଟିଲିଙ୍ଗ ଡକ,୧ଟି ବ୍ରୋଞ ଉଇଙ୍ଗ ଜାକନା ଓ ୧ଫିସାଣ୍ଟ ଟଲ୍ଡ ଜାକନା ଭଳି ୧୮ଗୋଟି ପକ୍ଷୀଙ୍କୁ ଜବଡ କରିବା ସହ ଶୀକାରୀ ଭାଗିରଥୀଙ୍କ ନାମରେ 08T/2024/25 ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଶୀକାରୀ ଭାଗୀରଥୀ ସହ ଅନ୍ଯ କେହି ଶିକାରୀ ସଂଶ୍ଲିଷ୍ଟ ଅଛନ୍ତି କି ନାହିଁ ବନବିଭାଗ ଅଧିକ ତଦନ୍ତ ଚଳାଇଛି।