Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇ କର୍ମଚାରୀ ATMରେ ଭର୍ତ୍ତି ନକରି ହଡପ କଲେ ୧୫ ଲକ୍ଷ ଟଙ୍କା

by ସଞ୍ଜୟ ସ୍ୱାଇଁ
April 21, 2025
in Crime, State
ଦୁଇ କର୍ମଚାରୀ ATMରେ ଭର୍ତ୍ତି ନକରି ହଡପ କଲେ ୧୫ ଲକ୍ଷ ଟଙ୍କା
38
VIEWS
Share on FacebookShare on Twitter

କଣ୍ଟାବାଞ୍ଜି, (ବାଘୁଆବାର୍ତ୍ତା): ATMରେ ଟଙ୍କା ଭର୍ତ୍ତି କରିବାକୁ ନେଉଥିଲେ । କିଛି ଭର୍ତ୍ତି କରୁଥିଲେ, କିଛି ଭର୍ତ୍ତି ନକରି ନିଜ ପାଖରେ ରଖି ଦେଉଥିଲେ । ଏମିତି କରି ହଡପ କରିଥିଲେ ୧୫ ଲକ୍ଷ ଟଙ୍କା । ଶେଷରେ ଧରାପଡିଲେ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରୁଥିବା ପ୍ରାଇଭେଟ୍ କମ୍ପାନୀର ଦୁଇ କର୍ମଚାରୀ । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଏସବିଆଇ ମୁଖ୍ୟ ଶାଖା ଅଧିନରେ ଥିବା ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରୁଥିବା ପ୍ରାଇଭେଟ୍ କମ୍ପାନୀର ଦୁଇ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ । ୧୫ ଲକ୍ଷ ୯୦ ହଜାର ୫ ଶହ ଟଙ୍କା ହଡପ କରିଥିବା ନେଇ ମୁରିବାହାଲ ଥାନାରେ ଅଭିଯୋଗ ପରେ ଦୁଇ କର୍ମଚାରୀଙ୍କୁ ଗିରଫ କରିଛି ମୁରିବାହାଲ ପୋଲିସ । ଗିରଫ ଦୁଇ ଜଣ ମୁରିବାହାଲ ଥାନା ମାଲିଶିରା ଗାଁର ଚକ୍ରଧର ପୁଟେଲ ଓ ଦେଓଗାଁ ଥାନା କଛାରପାଲି ଗାଁର କନ୍ଦର୍ପ ସେଠ । ଗିରଫ ଦୁଇ ଜଣ ଅଭିଯୁକ୍ତ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରୁଥିବା କର୍ମଚାରୀ ଭାବେ ଏକ ନିର୍ଦ୍ଦିଷ୍ଟ କମ୍ପାନୀରେ କାମ କରୁଥିଲେ । ଅନେକ ସମୟରେ ଏହି ଦୁଇ ଜଣ ବିଭିନ୍ନ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରୁଥିବା ବେଳେ କିଛି ଟଙ୍କା ରଖି ପକାଉଥିଲେ । ପରବର୍ତ୍ତୀ ସମୟରେ ବ୍ୟାଙ୍କର ଅଡିଟ ହେବା ପରେ ୧୫ ଲକ୍ଷ ୯୦ ହଜାରର ୫ ଶହ ଟଙ୍କାର ହିସାବ ମିଳିନଥିଲା । ପରେ ଜଣାପଡିଲା ଏମାନେ ଦୀର୍ଘ ଦିନରୁ ଏଟିଏମ୍ରେ ଟଙ୍କା ଭର୍ତ୍ତି ସମୟରେ କମ୍ ଟଙ୍କା ଭର୍ତ୍ତି କରୁଥିଲେ । ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ମାମଲାର ଆଉ କିଏ ସମ୍ପୃକ୍ତ ସେନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ । ମୁରିବାହାଲ ଥାନାରେ ଏତଲା ଦେଇଥିବା ଟିଟିଲାଗଡ ଏସବିଆଇ ମୁଖ୍ୟ ଶାଖା ପ୍ରବନ୍ଧକ ଦେବାନନ୍ଦ ଯୋଶୀ କ୍ୟାମେରା ସାମ୍ନାରେ କିଛି କହିବାକୁ ନାରାଜ ଥିବାବେଳେ ଏହା ବ୍ୟାଙ୍କର କଥା ବୋଲି ସଫେଇ ଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!