Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯାତ୍ରା ମଞ୍ଚରେ ବୀଭତ୍ସ ଦୃଶ୍ୟ, ଖାଇଦେଲେ ଜିଅନ୍ତା ଘୁଷୁରୀ

by ସଞ୍ଜୟ ସ୍ୱାଇଁ
December 2, 2024
in Crime, State
ଯାତ୍ରା ମଞ୍ଚରେ ବୀଭତ୍ସ ଦୃଶ୍ୟ, ଖାଇଦେଲେ ଜିଅନ୍ତା ଘୁଷୁରୀ
402
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଯାତ୍ରା ମଞ୍ଚରେ ବୀଭତ୍ସ ଦୃଶ୍ୟ । ଶହଶହ ଦର୍ଶକଙ୍କ ଆଗରେ ରାକ୍ଷସ ଅଭିନୟ କରୁଥିବା କଳାକାର ଯେମିତି ପାଲଟିଗଲେ ସତ ରାକ୍ଷସ । କଳା ପ୍ରଦର୍ଶନ ନାମରେ ଭୟାବହ ଦୃଶ୍ୟର ଅବତାରଣା କରାଗଲା, ଯାହା ପଶୁପ୍ରେମୀଙ୍କ ଉଦ୍‌ବେଗର କାରଣ ହୋଇଛି । ଦିନକ ପୂର୍ବରୁ ମଞ୍ଚରେ ସାପ ଖେଳାଇବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ରବିବାର ମଞ୍ଚରେ ଜିଅନ୍ତା ଘୁଷୁରିକୁ ଫାଡ଼ି ଖାଇବା ଭଳି ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଯାତ୍ରା ମଞ୍ଚରେ ଜିଅନ୍ତା ଘୁଷୁରିକୁ ଝୁଣି ଖାଉଛନ୍ତି କଳାକାର । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍‌ ରାଳବ ଗାଁରେ କଳା ପ୍ରଦର୍ଶନ ନାମରେ ସୀମା ପାର୍‌ କରିଛନ୍ତି କଳାକାର । ରାଳବ ଗାଁରେ ପ୍ରତିବର୍ଷ ମା’ କାଞ୍ଜିଅଁଳା ଯାତ୍ରା ହୁଏ । ଏହି ଅବସରରେ ଗାଁ ହୁଏ ଉତ୍ସବ ମୁଖର । ସାହି ସାହିରେ ରାମାୟଣ, ଭାରତଳୀଳା, ରାଜା ନାଟକ ଆଦି ପରିବେଷିତ ହେଉଛି । ତେବେ ଯାତ୍ରା ଦଳ ମଧ୍ୟରେ ପ୍ରତିଯୋଗିତାରୁ ଦେଖିବାକୁ ମିଳିଛି ବୀଭତ୍ସ ଦୃଶ୍ୟ । ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ସୀମା ପାର୍‌ କରୁଛନ୍ତି ଯାତ୍ରା କମିଟି । କେହି ବିଷଧର ସାପକୁ ଧରି ପେଣ୍ଡାଲରେ ଖେଳାଉଛି ତ ଆଉ କେହି ଜୀବନ୍ତ ପଶୁଙ୍କୁ ଝୁଣି ଖାଉଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଗ୍ରାମର ତଳ ସାହି ଯାତ୍ରା ମଞ୍ଚରେ ଜଣେ ରାକ୍ଷସ ବେଶଧାରୀ କଳାକାର ଜିବନ୍ତ ଘୁଷୁରିକୁ ଅତି ନିର୍ମମ ଭାବେ ଝୁଣି ଖାଉଥିବା ଦୃଶ୍ୟ ଭାଇରାଲ୍‌ ହୋଇଛି । ଜିଅନ୍ତା ଘୁଷୁରି ଲାଲ୍‌ କପଡ଼ାରେ ବାନ୍ଧି ଟଙ୍ଗା ହୋଇଛି । ତାହାକୁ ପ୍ରଥମେ ହାତରେ ମାରିମାରି ଆହତ କରିବା ପରେ ହାତରେ ହିଁ ତାର ଶରୀରର ଚମଡ଼ା ଝୁଣି କଞ୍ଚା ମାଂସ ଖାଇଥିଲେ । ଶରୀରରୁ ରକ୍ତ ବାହାରି ମଞ୍ଚ ଲାଲ୍‌ ହୋଇଯାଇଥିଲା । ତଥାପି କଳାକାର ଅଟକି ନ ଥିଲେ । ରକ୍ତାକ୍ତ ଘୁଷୁରିର ଶରୀରରୁ କଞ୍ଚା ମାଂସ ହାତରେ ବାହାର କରି ଖାଇବାରେ ଲାଗିଥିଲେ । କିଛି ସମୟ ପରେ ଘୁଷୁରିକୁ ମଞ୍ଚ ଉପରୁ ହଟାଇ ଦିଆଯାଇଥିଲା । ଏହି ଅଭିନୟ ବେଳେ ମଞ୍ଚ ତଳେ କେତେକ ଦର୍ଶକ ତାଳି ମାରି ଏହାକୁ ଉପଭୋଗ କରୁଥିଲେ । ଆଉ କାହା ମନରେ ଏହା ଭୟ ସଞ୍ଚାର କରିଥିଲା । ଏଭଳି ଅତିରଞ୍ଜିତ ଦୃଶ୍ୟ ଛୋଟ ପିଲାଙ୍କ ମଧ୍ୟରେ ଗୁରୁତର ପ୍ରଭାବ ପକାଇବ ବୋଲି ମତପ୍ରକାଶ ପାଇଛି । ଏପରିକି ପଶୁପ୍ରେମୀମାନେ ଏହାକୁ ଘୋର ବିରୋଧ କରିବା ଆରମ୍ଭ କରିଛନ୍ତି । ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ କହିଛନ୍ତି, ଜିଲ୍ଲାର ବିଭିନ୍ନ ସ୍ଥାନରେ ମଞ୍ଚ ନାଟକ ପ୍ରଦର୍ଶନ ବେଳେ ଏହିପରି ଘୃଣ୍ୟ ଦୃଶ୍ୟ ସାମ୍‌ନାକୁ ଆସିଛି। ବିଭିନ୍ନ ସମୟରେ କୁକୁଡ଼ା, ଘୁଷୁରି, ଛେଳି, ବତକ ଆଦିକୁ ମଞ୍ଚ ଉପରେ ଝୁଣି ଖାଉଛନ୍ତି। ଏଥିରେ ରୋକ୍‌ ଲଗାଇବା ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ସେହିପରି ସର୍ବସମ୍ମୁଖରେ ଯାତ୍ରାରେ କଳାକାରମାନଙ୍କ ଏଭଳି ଅଭିନୟ ସମାଜରେ କୁପ୍ରଭାବ ପକାଉଛି । ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠୀ କହିଛନ୍ତି, ଗଣମାଧ୍ୟମରେ ଖବର ପ୍ରକାଶ ପରେ ଏହି ଘଟଣା ନଜରକୁ ଆସିଥିଲା । ଏହି ଘଟଣାର ତଦନ୍ତ କରାଯାଉଛି । ବ୍ରହ୍ମପୁର ଡିଏଫ୍‌ଓ ସୋନି ଖୋଖର୍‌ କହିଛନ୍ତି, ଏହି ଘଟଣାରେ ମାମଲା ରୁଜୁ କରାଯିବା ସହ ଜଣେ ଆୟୋଜକଙ୍କୁ ଗିରଫ କରାଯାଇଛି । ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!