Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛାତ୍ରୀଙ୍କୁ ପର୍ଣ୍ଣ ଭିଡିଓ ଦେଖାଇ ବନ୍ଧା ହେଲେ ଶିକ୍ଷକ

by ସଞ୍ଜୟ ସ୍ୱାଇଁ
August 21, 2024
in Crime, NATIONAL NEWS
ଛାତ୍ରୀଙ୍କୁ ପର୍ଣ୍ଣ ଭିଡିଓ ଦେଖାଇ ବନ୍ଧା ହେଲେ ଶିକ୍ଷକ
213
VIEWS
Share on FacebookShare on Twitter

ମହାରାଷ୍ଟ୍ର, (ବାଘୁଆବାର୍ତ୍ତା): ଦେଶରେ ଥମୁନି ଦୁଷ୍କର୍ମ ଓ ଅସଦାଚରଣ ମାମଲା। ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଘଟଣା ଘଟୁଛି। ନର୍ସରୀ ଛାତ୍ରୀଙ୍କ ଯୌନ ଶୋଷଣ ନେଇ ବଦଲାପୁରରେ ନିଆଁ ଜଳୁଥିବା ବେଳେ ଏବେ ପୁଣି ଏକ ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ଓକୋଲାରେ ଏକ ସରକାରୀ ସ୍କୁଲର ଶିକ୍ଷକ ଛାତ୍ରୀଙ୍କୁ ପର୍ଣ୍ଣ ଭିଡିଓ ଦେଖାଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଓକୋଲା ଜିଲ୍ଲା କାଜିଖେଡର ଏକ ସରକାରୀ ବିଦ୍ୟାଳୟରେ ଏଭଳି କିଛି ଘଟଣା ଘଟିଛି। ଏଠାରେ ଜଣେ ୪୭ ବର୍ଷୀୟ ଶିକ୍ଷକ ଚାରି ମାସ ଧରି ସ୍କୁଲର ୬ ଜଣ ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଉଥିଲେ। ସେ ଛାତ୍ରୀମାନଙ୍କୁ ଭିଡିଓ ଦେଖିବାକୁ ବାଧ୍ୟ କରି ତାଙ୍କୁ ହଇରାଣ କରୁଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ଛାତ୍ରୀମାନେ ଶିଶୁ କଲ୍ୟାଣ କମିଟିର ଟୋଲ୍ ଫ୍ରି ନମ୍ବରକୁ ଫୋନ କରି ଅଭିଯୋଗ କରିଥିଲେ। ଏହାପରେ ଅଭିଯୋଗ ପାଇ ମଙ୍ଗଳବାର ସକାଳେ ଶିଶୁ କଲ୍ୟାଣ କମିଟିର ଏକ ଟିମ୍‌ ସ୍କୁଲରେ ପହଞ୍ଚିଥିଲା। ପୀଡିତା ଛାତ୍ରୀଙ୍କ ସହ କଥା ହେବା ପରେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତ ଶିକ୍ଷକକୁ ପୁଲିସ ଜେରା କରିବା ପରେ ତାଙ୍କୁ ଗିରଫ କରିଛି। ମାମଲାର ତଦନ୍ତ ଜାରି ରହିଛି। ସେପଟେ ଏହି ମାମଲାରେ ରାଜ୍ୟ ମହିଳା ଆୟୋଗର ପୂର୍ବତନ ସଦସ୍ୟ ଆଶା ମିର୍ଗ ମଧ୍ୟ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!