Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାରି ଚୋରା ବାଇକ ଜବତ, ଜଣେ ଗିରଫ

by ସଞ୍ଜୟ ସ୍ୱାଇଁ
September 14, 2024
in Crime, Nayagarh, State
ଚାରି ଚୋରା ବାଇକ ଜବତ, ଜଣେ ଗିରଫ
750
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଜଣେ ବାଇକ ଲୁଟେରାକୁ ଧରିବାରେ ପୁଲିସକୁ ସଫଳତା ମିଳିଛି । ସୁଚନାନୁସାରେ ନୟାଗଡ଼ ଟାଉନ ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଗତ କାଲି ସନ୍ଧ୍ୟା ୭.୩୦ ସମୟରେ ଖଣ୍ଡପଡ଼ା ରୋଡରେ ପେଟ୍ରୋଲିଂ କରାଯାଉଥିଲା । ସବ ଇନିସପେକ୍ଟର ରଇବାରି ତିରିଆଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ରେଲ୍ୱେ ଓଭର ବ୍ରିଜ ନିକଟରେ ସନ୍ଦେହ ହେବାରୁ ଏକ ଗ୍ଲାମର ଗାଡିକୁ ଅଟକାଇଥିଲେ । ଉକ୍ତ ଗାଡି ନମ୍ବରଟି ଭୁଲ ଥିବାରୁ ପୁଲିସର ସନ୍ଦେହ ଅଧୀକ ବଢ଼ିଥିଲା । ତାଙ୍କୁ ଥାନାକୁ ଆଣି ପଚରା ଉଚୁରା କରାଯାଇଥିଲାବେଳେ ଏହା ଚୋରା ଗାଡି ବୋଲି ପ୍ରକାଶ କରିଥିଲା । ଏଥି ସହିତ ତାଙ୍କ ନିକଟରୁ ଆଉ ତିନି ଗୋଟି ଚୋରା ଗାଡି ପୁଲିସ ଜବତ କରିଛି । ଚାରି ଗୋଟି ଗାଡି ମଧ୍ୟରୁ ଦୁଇ ଗୋଟି ଗ୍ଲାମର ଥିବାବେଳେ ଅନ୍ୟ ଦୁଇ ଗୋଟି ଆପାଚି ଗାଡି ରହିଛି । ଅଭିଯୁକ୍ତ ଜଣଙ୍କ ଇଟାମାଟି ଥାନା ଅଧିନସ୍ଥ ଶରଧାପୁର ଗ୍ରାମର ବ୍ରଜକିଶୋର ପ୍ରଧାନଙ୍କ ପୁଅ ଜିତେନ୍ଦ୍ର ପ୍ରଧାନ ବୋଲି ପୁଲିସ ସୁଚନା ଦେଇଛି । ଗତ ୩ ବର୍ଷ ଧରି ଜିତେନ୍ଦ୍ର ପୁରୀ ଓ ନୟାଗଡ଼ ଅଞ୍ଚଳରୁ ଗାଡି ଚୋରି କରୁଥିବା ପ୍ରକାଶ କରିଥିଲା । ନୟାଗଡ଼ ଟାଉନ ଥାନା ପକ୍ଷରୁ କେସ ନଂ- ୩୪୧ରେ ମାମଲା ରୁଜୁ କରାଯାଇ ଜିତେନ୍ଦ୍ରକୁ ଗିରଫ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!