Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନ୍‌ଲାଇନ୍ ଠକେଇ ଅଭିଯୋଗ: ୨ ଜଣ ଡିପ୍ଲୋମା ଛାତ୍ର ଗିରଫ, ୧ ଲକ୍ଷ ଟଙ୍କା ଜବତ

by ସଞ୍ଜୟ ସ୍ୱାଇଁ
June 6, 2021
in Nayagarh
ମହୁଲି ଜବତ; ଦୁଇ ଗିରଫ
150
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): କରୋନା ଭାଇରସ୍ ମହାମାରୀ ସମୟରେ ଡିଜିଟାଲ ପେମେଣ୍ଟ ତଥା ଡିଜିଟାଲ ମାଧ୍ୟମରେ ଅଧିକାଂଶ ଆର୍ଥିକ କାମ କରୁଥିବା ବେଳେ ଏଥିରେ ଅନେକ ଲୋକ ଠକେଇର ଶିକାର ହେଉଥିବା ଅଭିଯୋଗ ହେଉଛି । ରାଜଧାନୀ ଭୁବନେଶ୍ୱରରୁ ଅନ୍‌ଲାଇନ୍ ମାଧ୍ୟମରେ ଲୋକଙ୍କୁ ଠକୁଥିବା ୨ ଜଣ ଡିପ୍ଲୋମା ଛାତ୍ର ଗିରଫ ହୋଇଛନ୍ତି । କମିସନରରେଟ ପୁଲିସ ଏହି ସୂଚନା ଦେଇଛି । ପୁଲିସର ସୂଚନା ଅନୁସାରେ ଜାମତରା ଗ୍ୟାଙ୍ଗ ଷ୍ଟାଇଲରେ ଲୋକଙ୍କ ଠାରୁ ଅନ୍‌ଲାଇନ୍ ଠକେଇ କରୁଥିବା ୨ ଜଣ ଡିପ୍ଲୋମା ଛାତ୍ର ଗିରଫ ହୋଇଛନ୍ତି । ଗିରଫ ୨ ଛାତ୍ର ପୁରୀ ଅଂଚଳର ବୋଲି ପୁଲିସ ସୂଚନା ଦେଇଛି । ଉଭୟ ଡିପ୍ଲୋମା ଛାତ୍ର ଲୋକଙ୍କୁ ଲୋଭ ଦେଖାଇ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସଂପର୍କିତ ତଥ୍ୟ ହାସଲ କରୁଥିଲେ । ତଥ୍ୟ ମିଳିବା ପରେ ଲୋକଙ୍କର ଆକାଉଣ୍ଟରୁ କୌଶଳ କ୍ରମେ ଟଙ୍କା ଉଠାଇ ନେଉଥିଲେ । ପୁଲିସ ଅଭିଯୁକ୍ତମାନଙ୍କର ଠାରୁ ୧ ଲକ୍ଷ ଟଙ୍କା ଜବତ କରିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ରାଜ୍ୟର ଏକାଧିକ ଥାନାରେ ପୂର୍ବରୁ ମାମଲା ରହିଛି । ସୂଚନାଯୋଗ୍ୟ, ଦିନକୁ ଦିନ ସାଇବର ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି । ଯୁବପିଢ଼ି ଏଥିରେ ଅଧିକ ଶିକାର ହେଉଛନ୍ତି । ଏହାର କାରଣ ହେଉଛି ଲୋଭ । କମ ଖର୍ଚ୍ଚରେ ଅଧିକ ପାଇବା ଆଶାରେ ଯୁବପିଢ଼ି ଅନ୍‌ଲାଇନ୍‌କୁ ପ୍ରଶୟ ଦେଉଛନ୍ତି । କିନ୍ତୁ ଅନେକ ସମୟରେ ଭୁଲ ଠିକଣାରେ ପହଂଚିଯାଇଥିବାରୁ ଠକେଇର ଶିକାର ହେଉଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!