Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ:ଅଭିଯୁକ୍ତ ଗିରଫ୍

by ସଞ୍ଜୟ ସ୍ୱାଇଁ
May 9, 2021
in Crime, Nayagarh
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ:ଅଭିଯୁକ୍ତ ଗିରଫ୍
662
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଖଣ୍ଡପଡ଼ାରେ ଲଜ୍ଜ୍ୟା । ନାବାଳିକା ଦୁଷ୍କର୍ମ ଉଦ୍ୟମ କରିବା ନେଇ ଥାନାରେ ମାମଲା । ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ପଡିଲା ମହଙ୍ଗା । ଅଭିଯୁକ୍ତକୁ ଗିରଫ୍ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ସୂଚନାନୁସାରେ, ଖଣ୍ଡପଡ଼ା ଥାନା ଅଞ୍ଚଳର ଜଣେ ୧୩ବର୍ଷିୟା ନାବାଳିକା ଗତକାଲି ସଂନ୍ଧ୍ୟାରେ ଘର ନିକଟରେ ଥିବା ପୋଖରୀକୁ ଶୌଚ ସାରି ଘରକୁ ଫେରୁଥିବା ବେଳେ ଏକୁଟିଆ ଯାଉଥିବାର ଦେଖି ଉକ୍ତ ଗାଁର ସନେଇ ଖୁଣ୍ଟିଆଙ୍କ ପୁଅ ସୁବାସ ଖୁଣ୍ଟିଆ(୩୦) ନାବାଳିକାର ପାଟି ଚାପି ଧରି ପାଖରେ ଥିବା କଦଳୀ ଗଛ ବୁଦାମୁଳକୁ ଟେକି ନେଇ ଯୋର ଜବରଦସ୍ତି ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ନାବାଳିକା ଜଣକ ଚିକ୍ରାର କରିଥିଲା । ନାବାଳିକାର ଚିକ୍ରାର ଶୁଣି ସ୍ଥାନୀୟ ଲୋକମାନେ ଆସିବାରୁ ଅଭିଯୁକ୍ତ ଜଣକ ନାବାଳିକାକୁ ଛାଡି ଫେରାର ହୋଇଯାଇଥିଲା । ନାବାଳିକା ଜଣକ ଜୋର ଜବରଦସ୍ତି ସମୟରେ ଆହାତ ହୋଇଥିବା ଜଣାପଡିଛି । ଆହାତ ହୋଇ ନାବାଳିକା ଜଣକ ଘରକୁ ଆସି ସବୁ କଥା କହିବା ପରେ ନାବାଳିକାର ମାଆ ଖଣ୍ଡପଡ଼ା ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗକୁ ଭିତ୍ତି କରି ଖଣ୍ଡପଡ଼ା ଥାନାରେ କେସ ନଂ ୯୦/୨୧ରେ ମାମଲା ଋଜୁ କରି ଖଣ୍ଡପଡ଼ା ଥାନା ଅଧିକାରୀ ବିଶ୍ୱଜିତ୍ ରାଉତରାୟ ତଦନ୍ତ କରିବା ପାଇଁ ଉପ ଆରକ୍ଷୀ ନିରୀକ୍ଷକ ଶ୍ରଦ୍ଧା ନାୟକଙ୍କୁ ଦାୟୀତ୍ୱ ଦେଇଥିଲେ । ତେବେ ଉପ ଆରକ୍ଷୀ ନିରୀକ୍ଷକ ଶ୍ରଦ୍ଧା ଅଭିଯୋଗର ତଦନ୍ତ କରି ଅଭିଯୁକ୍ତ ଗିରଫ କରିବାରେ ସଫଳ ହୋଇଥିଲେ । ଆଜି ଅଭିଯୁକ୍ତ ସୁବାସ ଖୁଣ୍ଟିଆକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!