ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ସୁନ୍ଦରଗଡ଼ ମେଡିକାଲ କଲେଜରେ ଚାକିରି କରେଇଦେବା ନାଁରେ ଠକେଇ ଘଟଣାରେ ତନାଘନା। ଟଙ୍କା ନେଇ ଜାଲ ନିଯୁକ୍ତି ପତ୍ର ଦେବା ମାମଲାରେ ମେଡିକାଲ କର୍ମଚାରୀ ସମେତ ୪ ଜଣଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ। ତେବେ ଗିରଫଙ୍କ ମଧ୍ୟରେ ୨ ଦଲାଲ,ଜଣେ କମ୍ପ୍ୟୁଟର ଦୋକାନୀ, ମେଡିକାଲ କର୍ମଚାରୀ ଅଛନ୍ତି। ମାଷ୍ଟରମାଇଣ୍ଡ ସୁଶାନ୍ତ ମାଝୀ, ମଦନ ଗରଡିଆ, ମେଡିକାଲ କର୍ମଚାରୀ ଚୈତନ୍ୟ ତନ୍ତୀ ଓ କମ୍ପୁଟର ଦୋକାନୀ ଆଶିଶ ନାୟକ । ମିଶନ ରୋଡରେ ଥିବା କମ୍ପ୍ୟୁଟର ଦୋକାନୀ ଆଶିଶ ନାୟକଙ୍କ ଦୋକାନରୁ ପ୍ରିଣ୍ଟର,ହାର୍ଡ ଡିକ୍ସ ସହ ବହୁ କାଗଜ ପତ୍ର ଜବତ ହୋଇଛି । ଡାଟା ଏଣ୍ଟ୍ରି ଅପରେଟର,ସିକୁରିଟି ଗାର୍ଡ ଆଦି ପଦବୀରେ ନିଯୁକ୍ତି ଦେବା ନାଁରେ ଲକ୍ଷାଧିକ ଟଙ୍କା ନେଇ ଜାଲ ନିଯୁକ୍ତି ପତ୍ର ଦେଇଥିବା ଅଭିଯୋଗ ହୋଇଥିଲା । ଟାଉନ ଥାନାରେ ମାମଲା ରୁଜୁ ପରେ ଘଟଣାରେ ପୋଲିସ ୯ ଦିନ ଧରି ତଦନ୍ତ ଜାରି ରଖିଥିଲା ପୋଲିସ। ଘଟଣାରେ ୪ ଜଣଙ୍କୁ ଗିରଫ କରିବା ସହ ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯିବା ନେଇ ଟାଉନଥାନା ଅଧିକାରୀ ସୂଚନା ଦେଇଛନ୍ତି।





