ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ARI। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ସୋରଣ ରାଜସ୍ୱ ସର୍କଲ ARI କୈଳାସ ବେହେରା। ଲାଞ୍ଚ ନେବାବେଳେ କୈଳାସଙ୍କୁ ମାଡି ବସିଛି ଭିଜିଲାନ୍ସ ଟିମ୍। କୈଳାସ ଜଣେ ଭୂମିହୀନଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜାଲାନ୍ସ ହାତରେ ଧରାପଡ଼ିଛନ୍ତି। ଖୋର୍ଦ୍ଧା ଭିଜେଲାନ୍ସ DSP ଚନ୍ଦ୍ରକଳା ଜେନାଙ୍କ ନେତୃତ୍ୱରେ ଏହ ଚଢାଉ ହୋଇଥିଲା। ଏହାସହ କୈଳାସଙ୍କ ଶ୍ୱଶୁର ଘର ହାଟ ବରଡ଼ିରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ। ବହୁ ଆପତ୍ତି ଜନକ କାଗଜପତ୍ର ଜବତ କରିବାସହ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ।





