ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବଡ଼ ଖବରର ବଡ଼ ଠକେଇ ଘଟଣା । ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଗିରଫ । ନୟାଗଡ଼ ଓଡ଼ଗାଁରୁ ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରି ଜେରା କରୁଛି ଇଓଡବ୍ଲୁ । ଏନେଇ ସୂଚନା ଦେଇଛନ୍ତି ଇଓଡବ୍ଲୁ ଏସପି । ବଡ଼ ଖବର ଅଫିସରେ ମାରାଥନ ରେଡ୍ କରିଥିଲା ଇଓଡବ୍ଲୁ । ଇଓଡବ୍ଲୁ ଓ କମିଶନରେଟ ପୋଲିସରେ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ରହିଛି ୪ଟି ମାମଲା । ୬ ଘଣ୍ଟାର ମାରାଥନ ରେଡ୍ କରିଥିଲା ୬ ଜଣିଆ ଟିମ୍ । ଇଓଡବ୍ଲୁ ସହିତ ଅଭିଯୋଗକାରୀ ଗଗନଦୀପ ସିଂ ଚାଓ୍ୱଲା ଓ ୨ ଜଣ ସାକ୍ଷୀ ମଧ୍ୟ ଥିଲେ । ଗଗନଦୀପ ଦେଇଥିବା ଇଲେକ୍ଟ୍ରିକାଲ ଇକ୍ୟୁପମେଣ୍ଟ ଅଫିସରେ ଲାଗିଛି କି ନା ନାହିଁ ତା’ର ଯାଞ୍ଚ ହୋଇଥିଲା । ଗଗନଦୀପ ଦେଇଥିବା ଯନ୍ତ୍ରାଂଶ ବଡ଼ ଖବର ଅଫିସ ବ୍ୟବହାର ହୋଇଛି । କେଉଁ କେଉଁ ସବୁ ଜିନିଷ ବ୍ୟବହାର ହୋଇଛି ଇଓଡବ୍ଲୁ ଲିଷ୍ଟ କଲା । ଗତ ୨୩ ତାରିଖରେ ଅର୍ଦ୍ଧେନ୍ଦୁ ଦାସଙ୍କ ନାମରେ ଠକେଇ ନେଇ ଦିଲ୍ଲୀର ସଲ୍ୟୁସନ୍ ବ୍ରୋଡ୍କାଷ୍ଟ ସଂସ୍ଥା ଇଓଡବ୍ଲୁ ରେ ଅଭିଯୋଗ କରିଥିଲା । ଠକେଇ ବାବଦରେ ଖୋଲତାଡ଼ ପାଇଁ ଅର୍ଦ୍ଧେନ୍ଦୁ ଦାଶଙ୍କୁ ନୋଟିସ କରିଥିଲା ଇଓଡବ୍ଲୁ । ୨ ଥର ନୋଟିସ ପରେ ବି ସେ ହାଜର ହୋଇ ନଥିଲେ । ଯାହାକୁ ନେଇ ଗତ ମଙ୍ଗଳବାର ଇଓଡବ୍ଲୁ ଅର୍ଦ୍ଧେନ୍ଦୁଙ୍କ ଜାଗମରା ଘରେ ରେଡ କରିଥିଲା । ଏବେ ସୁଦ୍ଧା କଟକ ଓ ଭୁବନେଶ୍ୱରରେ ଅର୍ଦ୍ଧେନ୍ଦୁଙ୍କ ନାମରେ ୪ଟି ଠକେଇ ଅଭିଯୋଗ ଆସିଛି ।





