Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅର୍ଚ୍ଚନା ଗିରଫ ଘଟଣା: ସ୍ୱାମୀ ଜଗବନ୍ଧୁଙ୍କ ନିରବତାକୁ ନେଇ ବଢ଼ୁଛି ସନ୍ଦେହ

by ସଞ୍ଜୟ ସ୍ୱାଇଁ
October 12, 2022
in Crime, State
ଅର୍ଚ୍ଚନା ଗିରଫ ଘଟଣା: ସ୍ୱାମୀ ଜଗବନ୍ଧୁଙ୍କ ନିରବତାକୁ ନେଇ ବଢ଼ୁଛି ସନ୍ଦେହ
445
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ୍‌ଙ୍କ ପାପ ପେଡ଼ି ଯେତିକି ଖୋଲିବାରେ ଲାଗିଛି, ତା’ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ନିରବତା ସେତିକି ରହସ୍ୟମୟ ହୋଇ ରହିଛି । ଅର୍ଚ୍ଚନାର କଳା ସାମ୍ରାଜ୍ୟ ବୃଦ୍ଧି ହେବା ପଛରେ ଜଗବନ୍ଧୁଙ୍କର ସମାନ ଭୂମିକା ଅଛି । ଏହି ଘଟଣାର ନିରପେକ୍ଷ ତଦନ୍ତ କରାଗଲେ, ବହୁ ଅନାଲୋଚିତ ତଥ୍ୟ ଲୋକଲୋକଚନକୁ ଆସିବ । ଏଭଳି ପରିସ୍ଥିତିରେ ଜଗବନ୍ଧୁଙ୍କୁ କାହିଁକି ତଦନ୍ତଭୁକ୍ତ କରାଯାଉନି, ସେ କାହିଁକି ଗଣମାଧ୍ୟମ ସାମ୍ନାକୁ ଆସୁ ନାହାନ୍ତି ? ଏମିତି ବହୁ ପ୍ରଶ୍ନ ସାଧାରଣ ଜନତାଙ୍କ ମଧ୍ୟରେ ଉଙ୍କି ମାରୁଛି । ତାଙ୍କ ଭୂମିକାକୁ ନେଇ ସାଧାରଣରେ ସନ୍ଦେହ ବଢ଼ିବାରେ ଲାଗିଛି । ଅର୍ଚ୍ଚନାର ପାପ ସାମ୍ରଜ୍ୟ ବଢ଼ିବା ପଛରେ ସ୍ୱାମୀ ଜଗବନ୍ଧୁଙ୍କ ପ୍ରଚ୍ଛଦ ହାତ ଥିବା ସାଧାରଣରେ ଆଲୋଚନା ହେଉଛି । ସନ୍ଦେହ କରାଯାଉଛି, ଉଭୟ ସ୍ୱାମୀ-ସ୍ତ୍ରୀ ଯୋଜନାବଦ୍ଧ ଭାବେ ଲୋକଙ୍କୁ ଠକୁଥିଲେ । ଗରିବ ପରିବାରରେ ଜନ୍ମ ହୋଇଥିବା ଜଗବନ୍ଧୁ ବଡ଼ ଲୋକ ହେବାର ସ୍ୱପ୍ନ ଦେଖିଥିଲେ । ଏହାକୁ ସାକାର କରିବା ପାଇଁ ସ୍ତ୍ରୀ ଅର୍ଚ୍ଚନାଙ୍କୁ ଏକ ମାଧ୍ୟମ ଭାବେ ସେ ବ୍ୟବହାର କରୁଥିଲେ । ଶୁଣିବାକୁ ମିଳୁଛି³ ଜଗବନ୍ଧୁଙ୍କ ଜାଣତରେ ଅର୍ଚ୍ଚନା ବିଭିନ୍ନ ବେଆଇନ କାମରେ ଜଡ଼ିତ ଥିଲେ । ଅର୍ଚ୍ଚନା ଯେଉଁ ପ୍ରଭାବଶାଳୀ ଲୋଖଙ୍କୁ ବ୍ଲାକ ମେଲିଂ କରୁଥିଲେ, ସେହି ଲୋକଙ୍କ ସହ ଜଗବନ୍ଧୁ ଟଙ୍କା ଡିଲ୍‌ କରୁଥିଲେ । ଅର୍ଚ୍ଚନାଙ୍କ କେଳେଙ୍କାରୀରେ ଜଗବନ୍ଧୁ ସାମିଲ ଥିବା ସୂଚନା ମିଳିବା ପରେ ପୁଲିସ୍‌ ତାଙ୍କୁ ତଦନ୍ତ ପରିସରକୁ କାହିଁକି ଆଣୁନି, ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି । ଅର୍ଚ୍ଚନାଙ୍କୁ ସତ୍ୟବିହାରସ୍ଥିତ ଘରୁ ଗିରଫ କରିବା ବେଳେ ସ୍ୱାମୀ ଜଗବନ୍ଧୁ ଉପସ୍ଥିତ ଥିଲେ । ମାତ୍ର ସେତେବେଳେ ପୁଲିସ୍‌ ଜଗବନ୍ଧୁଙ୍କୁ ଗିରଫ କରି ନ ଥିଲା । ଦେହ ଅସୁସ୍ଥ ଥିବା ଆଳରେ ପୁଲିସ୍‌ ତାଙ୍କୁ ଛାଡ଼ି ଦେଇଥିଲା । ଏବେବି ସେ ସତ୍ୟ ବିହାର ଘରେ ଅଛନ୍ତି । ଜଗବନ୍ଧୁ ଗଳାରେ ଏକ ରୁମାଲ ବାନ୍ଧି ଅସୁସ୍ଥ ଥିବାର ଅଭିନୟ କରୁଥିବା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ମାତ୍ର ଏଭଳି ସମୟରେ ଆଉ ଏକ ଆଲୋଚନା ମଧ୍ୟ ହେଉଛି । ଉଭୟ ଦମ୍ପତି ରାଉରକେଲାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ବ୍ଲାକମେଲିଂ କରୁଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ବ୍ୟବସାୟୀ ଜଣକ ଜଗବନ୍ଧୁଙ୍କୁ ଗୁଳି କରିବା ପାଇଁ ସୁପାରି ଦେଇଥିଲେ । ତେବେ ଅଳ୍ପକେ ଗୁଳି ଜଗବନ୍ଧୁଙ୍କୁ ଗଳା ପାଖ ଦେଇ ବାହାରି ଯାଇଥିଲା । ଏହାର ମଧ୍ୟ ତଦନ୍ତ ହେବା ଦରକାର ବୋଲି ଦାବି ହୋଇଛି । ଆହୁରି ଶୁଣିବାକୁ ମିଳୁଛି, ଅର୍ଚ୍ଚନା ଜାଲରେ ସବୁ ଦଳର ନେତା, ମନ୍ତ୍ରୀ, ବିଧାୟକ, ପ୍ରଶାସନିକ ଅଧିକାରୀ, ସାମ୍ବାଦିକ, ପ୍ରଭାବଶାଳୀ ବ୍ୟକ୍ତି ଫସିଛନ୍ତି । ଜଗବନ୍ଧୁଙ୍କୁ ତଦନ୍ତ ପରିସରକୁ ନେଲେ ସମସ୍ତଙ୍କ ମୁଖା ଖୋଲି ଯିବ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ପୁଲିସ୍‌ ଜାଣିଶୁଣି ତାଙ୍କୁ ତଦନ୍ତଭୁକ୍ତ କରୁନି । ଅର୍ଚ୍ଚନାଙ୍କୁ ଜାମିନରେ ଆଣିବା ପାଇଁ ଜାଣିଶୁଣି ଜଗବନ୍ଧୁଙ୍କୁ ଗିରଫ କରା ନ ଯାଇ ଘରେ ରଖାଯାଇଛି ବୋଲି ଆଲୋଚନା ହେଉଛି । ଅର୍ଚ୍ଚନା ଜାଲରେ ପ୍ରଭାବଶାଳୀ ବ୍ୟକ୍ତି ଥିବାରୁ ଏହି ଘଟଣାକୁ ଚପାଇ ଦେବାକୁ ସବୁସ୍ତରରୁ ଉଦ୍ୟମ ହେଉଛି । ଏଭଳି ସ୍ଥିତିରେ ପୁଲିସ୍‌ ଅଧିକ ତଦନ୍ତ ପାଇଁ ଆଗାମୀ ଦିନରେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ତାଙ୍କ ଜନ୍ମଭୂମି ବାଲେଶ୍ୱରରୁ ଦାବି ଉଠିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!