ଭୁବନେଶ୍ୱର, (ବାଘୁଆବାର୍ତ୍ତା): କ୍ୟାପିଟାଲ ‘ଲ’ କଲେଜରେ ପହଞ୍ଚିଲେ ଅର୍ଚ୍ଚନା ନାଗ। ଜେଲରୁ ବାହାରିବା ପରେ ସିଧାସଳଖ ଘରକୁ ଯାଇ ସେଠାରୁ କ୍ୟାପିଟାଲ ‘ଲ’ କଲେଜ୍ ଯାଇଛନ୍ତି । ମଙ୍ଗଳବାର ଦିନ ଅର୍ଚ୍ଚନାଙ୍କର ‘ଲ’ ପରୀକ୍ଷା ରହିଛି । ଆଜି ଦେବାକୁ ଥିବା ପରୀକ୍ଷା ଭଲ ହେବ । ସେଥିପାଇଁ ସେ ପୁରା ପ୍ରସ୍ତୁତ ବୋଲି କହିଛନ୍ତି ଅର୍ଚ୍ଚନା । ସୂଚନାଯୋଗ୍ୟ ଯେ, ବ୍ଲାକମେଲିଂ ମାମଲାରେ ଝାରପଡ଼ା ଜେଲ୍ରେ ଥିଲା ଅର୍ଚ୍ଚନା ନାଗ । ଦୀର୍ଘ ୧୪ ମାସ ପରେ ଜେଲ୍ରୁ ବାହାରିଛନ୍ତି ଅର୍ଚ୍ଚନା । ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ବଦଳରେ ଜେଲ୍ରୁ ମୁକୁଳିଛନ୍ତି ଅର୍ଚ୍ଚନା । ୨ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନ ପାଇଛନ୍ତି । ତେବେ ସାକ୍ଷୀଙ୍କୁ ପ୍ରଭାବିତ ନକରିବା, ପ୍ରମାଣ ନଷ୍ଟ ନକରିବା ଏବଂ ପ୍ରତ୍ୟେକ ତାରିଖରେ କୋର୍ଟରେ ହାଜିରା ଦେବା ଲାଗି ସର୍ତ୍ତ ରଖିଛନ୍ତି ମାନ୍ୟବର ହାଇକୋର୍ଟ । ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ଅର୍ଚ୍ଚନା ଜାମିନ ପାଇସାରିଛନ୍ତି । ମୋଟ ତିନୋଟି ମାମଲାରେ ଜାମିନ ପାଇସାରିଛନ୍ତି ଅର୍ଚ୍ଚନା । ମଙ୍ଗଳବାର (ଡିସେମ୍ବର ୧୨ ) ଦିନ ଜେଲ୍ରୁ ବାହାରିଛନ୍ତି ଅର୍ଚ୍ଚନା ନାଗ । ସୂଚନାଯୋଗ୍ୟ ଯେ, ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିଥିଲେ । ଏଥିରେ ତାଙ୍କୁ ସହଯୋଗ କରୁଥିଲେ ସ୍ବାମୀ ଜଗବନ୍ଧୁ । ଏମିତି ଅଭିଯୋଗ ଆସିବା ପରେ ତାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା ପୋଲିସ । ଏନେଇ ଅଧିକ ଖୋଳତାଡ ଆରମ୍ଭ କରିଥିଲା କମିଶନରେଟ୍ ପୋଲିସ । ପରେ ସହଯୋଗୀ ଖଗେଶ୍ବରଙ୍କୁ ମଧ୍ୟ ବାନ୍ଧିଥିଲା ପୋଲିସ । ଏହି ମାମଲାର ତଦନ୍ତ ଇଡି ଦ୍ବାରା କରାଯାଇଥିଲା । ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ବିଳାସପୂର୍ଣ୍ଣ କୋଠା ସମେତ ଖଗେଶ୍ୱରଙ୍କ କୋଠାକୁ ମଧ୍ୟ ଇଡି ଜବତ କରିଥିଲା ।





