Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୋଲୁଛି ନାଗ ପେଡି, ଆଗକୁ କାହା ପାଳି ?

by ସଞ୍ଜୟ ସ୍ୱାଇଁ
November 24, 2022
in Crime, State
ଖୋଲୁଛି ନାଗ ପେଡି, ଆଗକୁ କାହା ପାଳି ?
199
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଖୋଲୁଛି ନାଗ ପେଡି । ଫଶୁଛନ୍ତି ବଡ଼ ବଡ଼ ଚେହେରା । ଫିଲ୍ମ ପ୍ରଯୋଜକ, କାର୍‌ ସୋରୁମ୍‌ ମାଲିକ, ସହଯୋଗୀଙ୍କୁ ଜେରା ସରିଲାଣି । ଏବେ ଆଗକୁ କାହା ପାଳି ? ରାଜନେତା ନା ବ୍ୟବସାୟୀ ନା ଓକିଲ ନା ଆଉ କିଏ । ତାହା ଦେଖିବାକୁ ବାକି ରହିଲା । ଖବର ଅନୁଯାୟୀ, ଝାରପଡ଼ା ଜେଲ୍‌ରେ ଅଛନ୍ତି ଅର୍ଚ୍ଚନା ନାଗ । ବାହାରେ ଇଡି କରୁଛି ଖୋଳତାଡ଼ । ଯେବେଠୁ ଅର୍ଚ୍ଚନା ନାଗଙ୍କ ଆର୍ଥିକ କାରବାର ନେଇ ଛାନ୍‌ଭିନ୍‌ କରୁଛି ଇଡି । ସେବେଠୁ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହିକ୍ରମରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ, ଖଗେଶ୍ୱର, କାର୍‌ ସୋରୁମ୍‌ ମାଲିକଙ୍କୁ ଜେରା କରିସାରିଲାଣି ଇଡି । ସମସ୍ତଙ୍କ ଦୀର୍ଘ ସମୟ ଧରି ପଚରାଉଚରା କରିଛି ଇଡି । ହେଲେ ଏଠି କଥା ଆସୁଛି ଯେ, ଆଗକୁ କାହାକୁ ଯିବ ଇଡିର ସମନ । କିଏ ହାଜର ହେବ ଇଡି ଅଫିସର । କିଛି ରାଜନେତା ଓ ବିଶିଷ୍ଠ ବ୍ୟକ୍ତି ଇଡିରେ ହାଜର ହୋଇପାରନ୍ତି । ତେବେ ଜେରା ହୋଇଥିବା ଲୋକମାନେ ଅର୍ଚ୍ଚନାଙ୍କ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଥିବା ସୂଚନା ମିଳିଛି । ଯାହାକୁ ଆଧାର କରି ପରବର୍ତ୍ତୀ ତାଲିକା ପ୍ରସ୍ତୁତ କରୁଛି ଇଡି । ଖୁବଶୀଘ୍ର ସେମାନଙ୍କ ପାଖକୁ ଯିବ ଇଡିର ନୋଟିସ୍‌ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!