ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନ ଗତକାଲି ଖାରଜ ହୋଇଥିବା ବେଳେ ଆଜି ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଜାମିନ ଖାରଜ ହୋଇଛି । ବି ସମାନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଭୁବନେଶ୍ୱର ଏଡିଜେ-୨ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି। ଫଳରେ ଜେଲ୍ରୁ ମୁକୁଳିବା ଆଶା ମଉଳିଛି । ଶ୍ରଦ୍ଧାଞ୍ଜଳିଙ୍କୁ ବ୍ୟବହାର କରି ଟଙ୍କା ଆଦାୟ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍ରେ ଥିବା ଜଗବନ୍ଧୁ ଜାମିନ ଆବେଦନ କରିଥିଲେ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ ଭୁବନେଶ୍ୱର ଜେଏମଏଫସି-୩ ରେ ଅର୍ଚ୍ଚନାଙ୍କ ଜାମିନ୍ ଆବେଦନ ଗତକାଲି ଖାରଜ ହୋଇଥିଲା। ପରେ ଜିଲ୍ଲା ଓ ଦୌରାଜଜ୍ଙ୍କ କୋର୍ଟରେ ପୁଣି ସେ ଜାମିନ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ହନିଟ୍ରାପରେ ଫସାଇ ବ୍ଲାକମେଲ୍ କରିବା ଅଭିଯୋଗରେ ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱରଙ୍କୁ ପୁଲିସ୍ ବାନ୍ଧି ସାରିଛି। ସେମାନେ ଏବେ ଝାରପଡ଼ା ଜେଲ୍ର ଚାରିକାନ୍ଥ ଭିତରେ ଥିବା ବେଳେ ବାହାରିବାକୁ ବାରମ୍ବାର କୋର୍ଟଙ୍କ ଦ୍ୱାରସ୍ଥ ହେଉଛନ୍ତି।





