ଭୁବନେଶ୍ୱର, (ବାଘୁଆବାର୍ତ୍ତା): ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୭ ଦିନ ଧରି ପଚରା ଉଚରା କରିବା ପରେ ଶେଷରେ ଦମ୍ପତିଙ୍କୁ ଗିରଫ କରିଛି ଇଡି । ରିମାଣ୍ଡର ଶେଷ ଦିନରେ ଗିରଫ ହୋଇଛନ୍ତି ଦୁଇଜଣ । ମନିଲଣ୍ଡରିଂ ନିବାରଣ ଆକ୍ଚର ଧାରା ୧୧ ଅନୁଯାୟୀ ଅର୍ଚ୍ଚନାଙ୍କୁ ଇଡି ବାନ୍ଧିଛି । ପୂର୍ବରୁ ଅର୍ଚ୍ଚନାର ସହଯୋଗୀ ଖଗେଶ୍ୱର ପ୍ରଧାନଙ୍କୁ ଇଡି ଗିରଫ କରିଥିଲା । ଆଜି ବ୍ଲାକମେଲ୍ ଓ ଏକ୍ସଟର୍ସନ ମାମଲାରେ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏସଡିଜେଏମ କୋର୍ଟ ଭୁବନେଶ୍ୱରରେ ହାଜର ହୋଇଥିଲେ ।





