ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଅର୍ଚ୍ଚନା ନାଗ ଗିରଫ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି। ଫଳରେ ପ୍ରଥମେ ଅର୍ଚ୍ଚନାଙ୍କ ଘର ସମ୍ପତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଛି ଇଡି। ଇଡି ପକ୍ଷରୁ ଗୋଟିଏ ଟିମ୍ ଯାଇ ଅର୍ଚ୍ଚନାଙ୍କ ଘର ମାପଚୁପ କରିଥିବା ଜଣାପଡ଼ିଛି। ସେପଟେ ଇଡିର ଅନ୍ୟ ଏକ ଟିମ୍ ଅର୍ଚ୍ଚନାଙ୍କ ଘରେ ଲାଗିଥିବା ବିଳାସ ପୂର୍ଣ୍ଣ ସାମଗ୍ରୀର ମୁଲ୍ୟ ନିର୍ଦ୍ଧାରଣ କରୁଛନ୍ତି।





