ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲାରେ ପ୍ରଚଣ୍ଡ ଖରାର ଅନୁଭୁତ ହେଉଛି । ବାଟୋଇ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବା ବେଳେ ସେମାନଙ୍କ ସାମାନ୍ୟ ତୃଷା ମେଣ୍ଟାଇବାରେ ସହାୟକ ହୋଇଛନ୍ତି ନାଉରିଆଗୋଡ଼ା ଗ୍ରାମର ଦିଲ୍ଲୀପ ବେହେରା । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା କୁରାଳ ପଞ୍ଚାୟତ ଅନ୍ତର୍ଗତ ନାଉରିଆଗୋଡ଼ା ଗାଁଦେଇ ପ୍ରତିଦିନ ବାଟୋଇ ଚଳପ୍ରଚଳ କରୁଥିବା ବେଳେ ଉକ୍ତ ଗାଁ ଠାରେ ପାନୀୟ ଜଳର ସଙ୍କଟ ଦେଖା ଦେଇଥିଲା । ବର୍ତ୍ତମାନ ଜିଲ୍ଲାରେ ଯେଉଁଭଳି ଭାବେ ଗ୍ରୀଷ୍ମ ପ୍ରଭାହ ହେଉଛି ତା’ସାଙ୍ଗକୁ ବାଟୋଇ ମାନେ ପାନୀୟ ଜଳ ଟୋପାଏ ପାଇଁ ଢହଳ ବିକଳ ହେଉଥିବା ବେଳେ ସମାଜସେବୀ ଦିଲ୍ଲୀପ ବେହେରା ନିଜସ୍ୱ ୯୨ହଜାର ଟଙ୍କା ଖର୍ଚ୍ଚ କରି ୮୦ଲିଟର କ୍ଷମତାଶୀଳ ଆକ୍ୱାଗାର୍ଡ ନାଉରିଆଗୋଡ଼ା ଗାଁ ଠାରେ ଆଜି ସ୍ଥାପନ କରିଛନ୍ତି । ଯାହାଫଳରେ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ବାଟୋଇମାନେ ଉପକୃତ ହେବେ । ଦିଲ୍ଲୀପ ଏଭଳି ମହାନୀୟତା କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରସଂଶା କରାଯାଇଛି ।






