Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସନ୍ତାକାଲି ବିଶ୍ବ ପାଳିବ ବିଶ୍ବ ଛେନାପୋଡ଼ ଦିବସ:ଜିଆଇ ଟ୍ୟାଗ ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

by ସଞ୍ଜୟ ସ୍ୱାଇଁ
April 10, 2026
in Nayagarh
ଆସନ୍ତାକାଲି ବିଶ୍ବ ପାଳିବ ବିଶ୍ବ ଛେନାପୋଡ଼ ଦିବସ:ଜିଆଇ ଟ୍ୟାଗ ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର
212
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଆସନ୍ତାକାଲି ଏପ୍ରିଲ୍ ୧୧ତାରିଖ। ବିଶ୍ବ ପାଳିବ ବିଶ୍ବ ଛେନାପୋଡ଼ ଦିବସ। ପଲ୍ଲୀରୁ ଦିଲ୍ଲୀ ଓ ଦିଲ୍ଲୀରୁ ବିଭିନ୍ନ ଦେଶରେ ବିଶ୍ବ ଛେନାପୋଡ଼ ଦିବସ କୁଯାକ ଜମକରେ ପାଳନ କରିବାକୁ ଚାଲିଛି ପ୍ରସ୍ତୁତି। ସୁସ୍ଵାଦ ମିଷ୍ଠାନ ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିନ ଏପ୍ରିଲ୍ ୧୧ତାରିଖକୁ ବିଶ୍ବ ଛେନାପୋଡ଼ ଦିବସ ଦୀର୍ଘ ୪ବର୍ଷ ଧରି ପାଳନ କରାଯାଉଛି। ଏବଂ ନୟାଗଡ଼ ଜିଲ୍ଲାରେ ଏପ୍ରିଲ୍ ୧୧ ତାରିଖକୁ ସରକାରୀ ସ୍ତରରେ ମଧ୍ୟ ଖୁବ୍ ଧୁମ୍ ଧାମରେ ପାଳନ କରାଯାଉଛି। ତେବେ ନୟାଗଡ଼ର ଏହି ସୁସ୍ଵାଦ ମିଷ୍ଠାନ ଛେନାପୋଡ଼ କୁ ଭୌଗଳିକ ମାନ୍ୟତା ତଥା ଜିଆଇ ଟ୍ୟାଗ ମାନ୍ୟତା ଦୀର୍ଘ ଦିନ ଧରି ଦାବି ହେଇ ଆସୁଛି। ଏନେଇ  କଚେରୀ ବଜାର ବ୍ୟବସାୟୀ ସଂଘର ସଭାପତି ପ୍ରଭାତ କୁମାର ଷଡ଼ଙ୍ଗୀ, ଉପ ସଭାପତି ସୁନୀଲ କୁମାର ଶତପଥୀ, ସଂପାଦକ ରଘୁନାଥ ସାହୁ, କୋଷାଧ୍ୟକ୍ଷ ପ୍ରକାଶ କୁମାର ଡୋରାଙ୍କ ସହ ସଂଘର ବହୁ ସଦସ୍ୟ ଏକାଠି ହୋଇ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କୁ ସାକ୍ଷାତ କରି ନୟାଗଡ଼ର ଗର୍ବ, ଗୌରବ ମିଷ୍ଠାନ ଦରବ ଛେନାପୋଡ଼ ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁ ଜନ୍ମ ଦିବସକୁ ବିଶ୍ବ ଛେନାପୋଡ଼ ଦିବସ ପାଳନ କରିବା ସହ ଜିଆଇ ଟ୍ୟାଗ କିପରି ଶୀଘ୍ର ମିଳିବ ସେ ନେଇ ଆଲୋଚନା କରିଥିଲେ। ଏନେଇ  ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ରଥଙ୍କ ଜରିଆରେ ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ତେବେ ଏପ୍ରିଲ ୧୧ତାରିଖକୁ ବିଶ୍ୱବାସୀ ବିଶ୍ବ ଛେନାପୋଡ଼ ଦିବସ ପାଳନ କରିଆସୁଥିବା ବେଳେ କିଛି ବିଶ୍ୱାସଘାତକ, ଖଳ ପ୍ରକୃତିର ଲୋକ ଏହି ଦିବସକୁ ଭଣ୍ଡୁର କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ତେଣୁ ସେମାନଙ୍କ ଠାରୁ ନିବୃତ୍ତ ରହି ଏପ୍ରିଲ୍ ୧୧ତାରିଖକୁ ବିଶ୍ଵ ଛେନାପୋଡ଼ ଦିବସ ପାଳନ କରିବାକୁ ଦେଶବାସୀଙ୍କୁ ନୟାଗଡ଼ ଜିଲ୍ଲାର ଜନସାଧାରଣ ଅନୁରୋଧ କରିଛନ୍ତି। ଆସନ୍ତୁ ସମସ୍ତେ ଏକାଠି ହେବା ଏବଂ ଆମ ନୟାଗଡ଼ର ଦରବ ଛେନାପୋଡ଼ ର ସ୍ରଷ୍ଟାଙ୍କ ଜନ୍ମଦିବସ ଏପ୍ରିଲ୍ ୧୧କୁ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରିବା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!