Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିଯୁକ୍ତିଭିତ୍ତିକ ଶିକ୍ଷା ପ୍ରତି ବଢୁଛି ଆଗ୍ରହ

by ସଞ୍ଜୟ ସ୍ୱାଇଁ
May 19, 2025
in Education, State
ନିଯୁକ୍ତିଭିତ୍ତିକ ଶିକ୍ଷା ପ୍ରତି ବଢୁଛି ଆଗ୍ରହ
44
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିଏଡ୍ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ। ମୋଟ୍ ସିଟ୍ ତୁଳନାରେ ପ୍ରାୟ ୩୦ରୁ ୫୦ ଗୁଣ ଆବେଦନ ହେଉଛି। ପ୍ରତିବର୍ଷ ପ୍ରବେଶିକା ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଅପରପକ୍ଷରେ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ ପରିମାଣରେ ଉତ୍ସାହ ଦେଖାଯାଉନାହିଁ। ସ୍ନାତକୋତ୍ତର ପଢ଼ିବା ପାଇଁ ସିପିଇଟି ପରୀକ୍ଷା ଦେବାକୁ ପୂର୍ବାପେକ୍ଷା ଆବେଦନ କମୁଛି। ବିଇଡି ପରି ନିଯୁକ୍ତିଭିତ୍ତିକ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ୁଥିବାବେଳେ ଉଚ୍ଚଶିକ୍ଷା ପାଇଁ ଆବେଦନ କମୁଛି। ବିଏଡ୍ ନାମଲେଖା ପାଇଁ ସମୁଦାୟ ୩୧ଟି ଶିକ୍ଷାନୁଷ୍ଠାନରେ ୨୭୫୦ସିଟ୍ ରହିଛି। ଚଳିତ ଶିକ୍ଷା ବର୍ଷରେ ୧ଲକ୍ଷ ୨୯ହଜାର ୭୧୨ ଜଣ ବିଇଡି ପ୍ରବେଶିକା ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି। ଅର୍ଥାତ୍ ସମୁଦାୟ ସିଟ୍ର ପ୍ରାୟ ୪୭ ଗୁଣାରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଆବେଦନକାରୀଙ୍କ ମଧ୍ୟରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ସଂଖ୍ୟା ଢେର ଅଧିକ। ଚଳିତ ଥର ୪୩ ହଜାର ୬୧୨ ଜଣ ଛାତ୍ର ଆବେଦନ କରିଥିବାବେଳେ ଏହାର ପ୍ରାୟ ଦୁଇଗୁଣା ଅର୍ଥାତ୍ ୮୬ ହଜାର ୯୩ଜଣ ଛାତ୍ରୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି। ସେହିପରି କେବଳ ବିଇଡି ପାଇଁ ୧ଲକ୍ଷ ୨୬ ହଜାର ୧୨୫ ଜଣ ଆବେଦନ କରିଥିବା ବେଳେ ବିଏଚ୍ଇଡି ପାଇଁ ୧୯୩୬ ଓ ଏମ୍ଇଡି ପାଇଁ ୧୬୫୧ ଜଣ ଆବେଦନ କରିଛନ୍ତି। ଗତ ଶିକ୍ଷାବର୍ଷ ତୁଳନାରେ ମଧ୍ୟ ଚଳିତବର୍ଷ ଆବେଦନ ସଂଖ୍ୟା ବହୁ ଅଧିକ। ୨୦୨୪-୨୫ ଶିକ୍ଷାବର୍ଷରେ ସମୁଦାୟ ୯୫ ହଜାର ୧୧୨ ପିଲା ଆବେଦନ କରିଥିଲେ; ଯାହା ସମୁଦାୟ ସିଟ୍ର ପ୍ରାୟ ୩୪ ଗୁଣ। ଚଳିତଥର ପ୍ରାୟ ୩୪ହଜାର ୬୦୦ ଅଧିକ ପିଲା ଆବେଦନ କରିବାରୁ ଏହା ୪୭ଗୁଣାରେ ପହଞ୍ଚିଛି। ଅନୁରୂପ ଭାବେ ସ୍ନାତକୋତ୍ତର ପଢ଼ିବା ପାଇଁ ପିଲାଙ୍କ ମଧ୍ୟରେ ସମ ପରିମାଣରେ ଆଗ୍ରହ ନାହିଁ। ଗତବର୍ଷ ୧୧୩ଟି ଶିକ୍ଷାନୁଷ୍ଠାନରେ ୨୮ହଜାର ୯୨୬ଟି ସିଟ୍ ଥିବାବେଳେ ଚଳିତ ବର୍ଷ ୮୦୬ଟି ସିଟ୍ ବଢ଼ି ସମୁଦାୟ ସିଟ୍ ସଂଖ୍ୟା ୨୯ହଜାର ୭୩୨ରେ ପହଞ୍ଚିଛି। ହେଲେ ପୂର୍ବାପେକ୍ଷା ଆବେଦନ ସଂଖ୍ୟା କମିଛି। ୨୦୨୩ରେ ୬୯ହଜାର ୭୦୫ଜଣ ଆବେଦନ କରିଥିଲେ। ୨୦୨୪ରେ ପ୍ରାୟ ୬ହଜାର ଆବେଦନ କମି ୬୩ହଜାର ୧୫୦ରେ ପହଞ୍ଚିଥିଲା। ଚଳିତଥର ଏଥିରେ ଆଉ ହଜାରେ ଆବେଦନ କମି ଆବେଦନ ସଂଖ୍ୟା ୬୨ହଜାର ୩୨୧ରେ ପହଞ୍ଚଛି। ଚଳିତ ବର୍ଷ ଆବେଦନକାରୀଙ୍କ ମଧ୍ୟରେ ୪୩ହଜାର ୧୪୭ଜଣ ଛାତ୍ରୀ ଥିବାବେଳେ ୧୯ ହଜାର ୧୧୯ ଜଣ ଛାତ୍ର ରହିଛନ୍ତି। ଗୋଟିଏ ପଟେ ବିଇଡି ପରି ନିଯୁକ୍ତି ଭିତ୍ତିକ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢ଼ୁଥିବାବେଳେ ଉଚ୍ଚଶିକ୍ଷା ପାଇଁ ଉତ୍ସାହ କମୁଛି। ଶିକ୍ଷାବିତଙ୍କ କହିବା କଥା, ବିଇଡି ପାଠ୍ୟକ୍ରମ ସାରିବା ପରେ ଶିକ୍ଷକ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହେଉଛି। ରାଜ୍ୟରେ ବହୁ ଶିକ୍ଷକ ପଦ ଖାଲି ପଡ଼ିଥିବାରୁ ନିଯୁକ୍ତି ସୁଯୋଗ ମଧ୍ୟ ଅଧିକ ରହୁଛି। ଅପରପକ୍ଷରେ ସ୍ନାତକତ୍ତୋର ପରେ ଅଧ୍ୟାପକ ହେବାକୁ ଅଧିକ ପ୍ରତିଦ୍ୱନ୍ଦ୍ବିତା କରିବାକୁ ପଡ଼ୁଛି। ପୁଣି ଯେଇଁ ପିଲାମାନେ ନିଯୁକ୍ତି ପରୀକ୍ଷା ଦେବେ ସେମାନେ ସ୍ୱାତକ ପରେ ପ୍ରସ୍ତୁତି କରିବାକୁ ପସନ୍ଦ କରୁଥିବାରୁ ସ୍ନାତକୋତ୍ତରରେ ଆବେଦନ ସଂଖ୍ୟା କ୍ରମାଗତ ଭାବେ କମୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!