Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜବରଦସ୍ତି ଅନୁପ୍ରବେଶ କରି ପଲାସା ବିଧାୟକ ତଥା ଆନ୍ଧ୍ର ମନ୍ତ୍ରୀ ଏସ୍‌. ଆପ୍ପାଲାରାଜୁ ଦେଖାଇଛନ୍ତି ଦାଦାଗିରି

by ସଞ୍ଜୟ ସ୍ୱାଇଁ
October 3, 2021
in State
ଜବରଦସ୍ତି ଅନୁପ୍ରବେଶ କରି ପଲାସା ବିଧାୟକ ତଥା ଆନ୍ଧ୍ର ମନ୍ତ୍ରୀ ଏସ୍‌. ଆପ୍ପାଲାରାଜୁ ଦେଖାଇଛନ୍ତି ଦାଦାଗିରି
64
VIEWS
Share on FacebookShare on Twitter

ପାରଳାଖେମୁଣ୍ଡି, (ବାଘୁଆବାର୍ତ୍ତା): ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତରେ ଜବରଦସ୍ତି ଅନୁପ୍ରବେଶ କରି ପଲାସା ବିଧାୟକ ତଥା ଆନ୍ଧ୍ର ମନ୍ତ୍ରୀ ଏସ୍‌. ଆପ୍ପାଲାରାଜୁଙ୍କ ଦାଦାଗିରି, ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ ଅଶାଳୀନ ବ୍ୟବହାର, ଅପମାନସୂଚକ ମନ୍ତବ୍ୟ ଓ ନିଜ ସମର୍ଥକଙ୍କ ସହ ପୁଲିସ ବଳ ଲଗାଇ ଓଡ଼ିଶା ପ୍ରଶାସନ ଆନ୍ଧ୍ରର ବେଆଇନ ଅଙ୍ଗନବାଡ଼ି କେନ୍ଦ୍ରରେ ପକାଇଥିବା ତାଲା ଭାଙ୍ଗିବା ଘଟଣାରେ ଶନିବାର ଦିନ ଓଡ଼ିଶା ନାଗରିକ ମହାମଞ୍ଚ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଗଜପତି ଏସ୍‌ପିଙ୍କୁ ଆନ୍ଧ୍ର ମନ୍ତ୍ରୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ଶନିବାର ଦିନ ଶ୍ରୀ ଶତପଥୀଙ୍କ ନେତୃତ୍ବରେ ମହାମଞ୍ଚର ପ୍ରତିନିଧି ଦଳ ଗଙ୍ଗାବାଡ଼ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରୁ ଫେରି ଗଜପତି ଏସ୍‌ପି ଜୟରାମ ଶତପଥୀଙ୍କୁ ଆନ୍ଧ୍ର ମନ୍ତ୍ରୀଙ୍କ ବିରୋଧରେ ଏତଲା ଦେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଶତପଥୀ ନିବେଦନ କରିଛନ୍ତି। ଏହାସହ ଗଙ୍ଗାବାଡ଼ ପଞ୍ଚାୟତରେ ପହଞ୍ଚି ସୀମା ବିଦାଦ ଉପୁଜିଥିବା ମାଣିକପାଟଣା ଓ ଗୁଡୁଖୁଡ଼ି ଗ୍ରାମକୁ ଯାଇ ସେଠାରେ ଓଡ଼ିଶାର ହକ୍‌ ଜାହିର କରିବା ଉଦ୍ଦେଶ୍ୟରେ ମହାମଞ୍ଚ ପକ୍ଷରୁ ପତକା ପୋତାଯିବା ସହ ବନ୍ଦେ ଉତ୍କଳ ଜନନୀ ଗାନ କରା ଯାଇଥିଲା। ଶନିବାର ଓଡ଼ିଶା ନାଗରିକ ମହାମଞ୍ଚ ଅଧ୍ୟକ୍ଷ ଶ୍ରୀ ଶତପଥୀ ଏବଂ ଉତ୍କଳ ସମ୍ମିଳନୀ ଗଜପତି ଶାଖା ସଦସ୍ୟ ବିନୋଦ ଜେନା ଓ ଜଗଦୀଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଗଙ୍ଗାବାଡ଼ ଗସ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ଓଡ଼ିଶା ନାଗରିକ ମହାମଞ୍ଚ, ଉତ୍କଳ ସମ୍ମିଳନୀ ଗ୍ରାମବାସୀଙ୍କ ପଛରେ ଅଛନ୍ତି ବୋଲି ଅଭୟବାଣୀ ଦେଇଥିଲେ। ମହାମଞ୍ଚର ସଦସ୍ୟମାନେ କଳିଙ୍ଗନାଳ ଓ ଗୁଡୁଖୁଡ଼ି ଗ୍ରାମ ପରିଦର୍ଶନ କରିବା ସହ ଅଞ୍ଚଳବାସୀ ଓଡ଼ିଶା ସରକାରଙ୍କ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଉଛନ୍ତି କି ନାହିଁ ପଚାରିଥିଲେ। ପାରଳାଖେମୁଣ୍ଡି ଫେରି ଏସ୍‌ପିଙ୍କୁ ଆନ୍ଧ୍ର ମନ୍ତ୍ରୀ ତଥା ପଲାସା ବିଧାୟକ ଏସ୍‌. ଆପ୍ପାଲାରାଜୁଙ୍କ ବିରୋଧରେ ଏତଲା ଦେଇଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!