Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜମ୍ମୁ-କଶ୍ମୀରରେ ଗୋଟିଏ ସିଟ୍‌ ଜିତିଲା ଆପ୍‌

by ସଞ୍ଜୟ ସ୍ୱାଇଁ
October 8, 2024
in NATIONAL NEWS, Politics
ଜମ୍ମୁ-କଶ୍ମୀରରେ ଗୋଟିଏ ସିଟ୍‌ ଜିତିଲା ଆପ୍‌
193
VIEWS
Share on FacebookShare on Twitter

ଜମ୍ମୁ-କଶ୍ମୀର, (ବାଘୁଆବାର୍ତ୍ତା): ଏଥର ଉଭୟ ହରିୟାଣା ଓ ଜମ୍ମୁ-କଶ୍ମୀର ନିର୍ବାଚନରେ ଆପ୍‌ର ପ୍ରଦର୍ଶନ ନୈରାଶଜନକ ରହିଛି। ଏଯାବତ ହରିୟାଣାରେ ଦଳ ଖାତା ଖୋଲି ପାରି ନ ଥିବା ବେଳେ ଜମ୍ମୁ-କଶ୍ମୀରରେ ଗୋଟିଏ ସିଟ୍‌ ହାତେଇବାରେ ଦଳ ସକ୍ଷମ ହୋଇଛି। ଡୋଡା ବିଧାନସଭା ଆସନ ଆପ୍‌ ଖାତାକୁ ଯାଇଛି। ଏହି ସିଟ୍‌ରୁ ଆପ୍‌ ପ୍ରାର୍ଥୀ ମେହରାଜ ମଲିକ ବିଜେପି ପ୍ରାର୍ଥୀ ଗଜୟ ସିଂହ ରାଣାଙ୍କୁ ୪, ୫୪୮ ଭୋଟରେ ପରାସ୍ତ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ମେହରାଜ ମଲିକଙ୍କୁ ସମୁଦାୟ ୨୨,୧୧ ଭୋଟ ମିଳିଛି। ଅପରପକ୍ଷେ, ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଗଜୟ ସିଂହ ରାଣାଙ୍କୁ ୧୮୦୬୩ ଭୋଟି ମିଳିଛି। ଜମ୍ମୁ-କଶ୍ମୀରର ୯୦ ସିଟ୍‌ ଆସନ ମଧ୍ୟରୁ ଅପରାହ୍ନ ୧ଟା ସୁଦ୍ଧା ୧୦ଟି ସିଟ୍‌ର ଫଳାଫଳ ଘୋଷିତ ହୋଇଛି। ସେଥି ମଧ୍ୟରୁ ବିଜେପି ଖାତାତୁ ୬ଟି ସିଟ୍‌ ଯାଇଥିବା ବେଳେ ନ୍ୟାସନାଲ କନଫରେନ୍ସ ପାର୍ଟି ହାତକୁ ଯାଇଛି ୩ଟି ସିଟ୍‌ । ଆପ୍‌ କେବଳ ଗୋଟିଏ ସିଟ୍‌ ହାତେଇବାରେ ସକ୍ଷମ ହୋଇ ପାରିଛି। ମାତ୍ର ହରିୟାଣାରେ ଦଳ ଖାତା ଖୋଲିବାକୁ ସକ୍ଷମ ହୋଇ ପାରିନି। ହରିୟାଣାରେ ସକାଳେ କଂଗ୍ରେସ ଆଗୁଆ ଥିବା ବେଳେ ଏବେ ଜନାଦେଶ ବିଜେପି ସପକ୍ଷରେ ରହିଛି। ହରିୟାଣାରେ କଂଗ୍ରେସ ଟ୍ରେଣ୍ଡରେ ପଛୁଆ ପଡିଯାଇଥିବା ବେଳେ ଆଗରେ ରହିଛି ବିଜେପି। ସେଠାରେ ୯୦ ଆସନରୁ ବିଜେପି ୪୯ଟି ଆସନରେ ଆଗୁଆ ଥିବାବେଳେ, କଂଗ୍ରେସ କେବଳ ୩୫ ଆସନରେ ଆଗୁଆ ଅଛି। ତେଣୁ ଏଠାରେ ଆସୁଥିବା ଟ୍ରେଣ୍ଡ ଯଦି ରେଜଲ୍ଟରେ ବଦଳେ, ତେବେ ପୁଣିଥରେ ବିଜେପି ସେଠାରେ ପୂର୍ଣ୍ଣ ବହୁମତର ସରକାର ଗଢିବ। ଆଉ ରାଜ୍ୟରେ ଲଗାତାର ୩ୟ ଥର ପାଇଁ ସରକାର ଗଢ଼ିବ। ମାତ୍ର ଏଠାରେ ଆପ୍‌ ପୂରା ରେସ୍‌ରୁ ବାହାରେ ଥିବା ଦୃଶ୍ୟମାନ ହେଉଛି। ପ୍ରଚାର ସମୟରେ ଆମ ବିନା ହରିୟାଣାରେ ସରକାର ଗଠନ ସମ୍ଭବ ନୁହେଁ ବୋଲି ଦାବି କରୁଥିବା ଆପ୍‌ ଏବେ ସୁଦ୍ଧା ନିଜ ଖାତା ଖୋଲି ପାରିନି। ହରିୟାଣାରେ କଂଗ୍ରେସ ସହ ମେଣ୍ଟ କରିବା ନିମନ୍ତେ ଆପ୍‌ ପକ୍ଷରୁ ଖୁବ୍‌ ପ୍ରୟାସ କରାଯାଇଥିଲେ ବି ସଫଳତା ମିଳି ନ ଥିଲା। କାରଣ କଂଗ୍ରେସର କିଛି ବରିଷ୍ଠ ନେତା ଆପ୍‌ ସହ ମେଣ୍ଟ ସପକ୍ଷରେ ନ ଥିଲେ। ଏହାପରେ ଆପ୍‌ ନିଜ ଦମ୍‌ରେ ହରିୟାଣାର ୯୦ ସିଟ୍‌ରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇ ପ୍ରାର୍ଥୀ ଦେଇଥିଲା। ମାତ୍ର ନିଜ ଯୋଜନାରେ ଫେଲ୍‌ ମାରିଛି ଆପ୍‌।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!